ପିଲାଙ୍କ ମୁଁହରେ ହସ ଫୁଟାଇଲେ: ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ଓ ବ୍ରହ୍ମପୁର ଏସ ପି

0
670

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ, ଓ ବ୍ରହ୍ମପୁର ଏସ ପି ଶ୍ରୀ ପିନାକ ମିଶ୍ର ଏକ ଭିନ୍ନକ୍ଷମ ଶିକ୍ଷା ଅନୁଷ୍ଠାନକୁ ଯାଇ ସେଠାରେ ଛୋଟ ଛୋଟ ପିଲାମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ପିଲାମାନଙ୍କ ସହ କଥା ହେବାସହ ସେମାନଙ୍କୁ ମିଠେଇ ବାଣ୍ଟିଥିଲେ । ଡିଆଇଜି ଓ ଏସ୍ପିଙ୍କୁ ନିଜ ପାଖରେ ପିଲାମାନେ ପାଇ ଖୁସି ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here