୬୨ କେଜି ଗଞ୍ଜେଇ ସହ କାର ଜବତ , ୩ ଜଣ ଗିରଫ

0
657

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ ରବୀନ୍ଦ୍ର ଖୁଣ୍ଟିଆ (ନୟାଗଡ) ଟୁକୁନା ଦିଗାଳ ଏବଂ ଆମ୍ବେଦକର ବାଗ (ଉଭୟ କେଲାପଡା, ଫିରିଙ୍ଗିଆ) ୨୭ ତାରିଖ ସକାଳ ୫ ଘଟିକା ସମୟରେ ଏକ ସ୍ଵିଫ୍ଟ ଡିଜାଇର (SWIFT DZIRE) ଓଡ଼ି ୦୨ଏଜି ୯୫୨୭ ଗାଡିରେ ଫିରିଙ୍ଗିଆ ଗ୍ରାମରୁ ଗଞ୍ଜେଇ ନେଇ ଭୁବନେଶ୍ଵର ଯିବା ସମୟରେ ରାଇକିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଆଇଆଇସି ଅଲେଖ ଗରଡିଆ ସଦଳେବଳେ ଉକ୍ତ ଗାଡି କୁ ପିଛା କରି ରାଇକିଆ ସଦର ବଜାର ଠାରେ କାବୁ କରିଥିଲେ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ଉକ୍ତ ଗାଡିରୁ ୬୨ କେଜି ୪୪୦ ଗ୍ରାମ ଜବତ କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ଥାନା ଆଇଆଇସି ସୂଚନା ଦେଇଛନ୍ତି । ଉକ୍ତ ଚଢାଉ କାର୍ଯ୍ୟରେ ରାଇକିଆ ଥାନା ଏସଆଇ ବିଜୟ କୁମାର ସିଂ, ରାଜେଶ କୁମାର ଶ୍ରୀଚନ୍ଦନ , ଏଏସଆଇ ସୁଶୀଲ ବେହେରା , ସୁକାନ୍ତ ସ୍ଵାଇଁ ସିଦ୍ଧାର୍ଥ ଶଙ୍କର ପତି ଏବଂ ସାଜେଶ ପ୍ରଧାନ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here