ଗାଡ଼ି ଧକ୍କାରେ ଦୁଇ ମଇଁଷି ଗୁରୁତର, ଆହତ ମଇଁଷି ଚିକିତ୍ସାକଲା ଗୋସେବା ସଂଗଠନ

0
281

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ପଶୁସେବାରେ ନିୟୋଜିତ ହୋଇଥିବା ଗୋସେବା ସଂଗଠନ ଆଜି ପୁଣି ଏକ ଦୁର୍ଘଟଣାରେ ଶିକାର ହୋଇଥିବା ଦୁଇଟି ମଇଁଷିକୁ ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇଛି । ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଉଦ୍ୟମ ଓ ସେବା ମନୋବୃତ୍ତି ଯୋଗୁଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ବହୁ ବୁଲା ଗାଈଗୋରୁ ଓ ମଇଁଷିର ଜୀବନ ରକ୍ଷା କରାଯାଇପାରୁଛି । ଶନିବାର ଗୋଳନ୍ଥରା ଥାନା ୧୬ ନଂ ଜାତୀୟ ରାଜପଥ ନିକଟସ୍ଥ ରୋନାଲ୍ଡ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ସମ୍ମୁଖରେ ଦୁଇଟି ମଇଁଷି ଅଜଣା ଗାଡ଼ି ଧକ୍କାରେ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରୀ ଚୌଧୁରୀ ଖବର ପାଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ଶ୍ରୀ ଚୌଧୁରୀ ପ୍ରାଣୀ ବିଭାଗର ଡା଼. କିରଣ କୁମାର ବିଷୋୟୀଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ୨ଟି ମଇଁଷିକୁ ଚିକିତ୍ସା କରାଯାଇଥିଲା । ଗୋଟେ ମଇଁଷିର ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭାବେ ଠିକ୍ ହୋଇଥିବା ବେଳେ ଅନ୍ୟଟିର ଅଣ୍ଟା ଭାଙ୍ଗି ଯାଇଥିବା ଫଳରେ ପରାଲିସେସରେ ଆକ୍ରାନ୍ତ ହୋଇଛି । ପ୍ରତ୍ୟେକ ଦିନ ସେଠାକୁ ଯାଇ ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପଶୁ ବିଭାଗ । ଏଥିରେ ସ୍ବେଚ୍ଛାସେବୀ ତମିସ୍ ରଞ୍ଜନ ପାଢ଼ୀ, ଅନିଲ ସେଠୀ, ରାକେଶ ରେଡ୍ଡୀ, ହରି ଓମ୍ ପାଢ଼ୀ, ଶ୍ରୀକାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଏହାକୁ ନେଇ କେବଳ ଗୋଳନ୍ଥରା ଗ୍ରାମର ବାସିନ୍ଦା ନୁହଁ ବ୍ରହ୍ମପୁର ଆଖପାଖ ଅଂଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ସଂଗଠନର ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here