ଭିନ୍ନକ୍ଷମ ପିଲା ମାନଙ୍କ ସହ ଦୀପାବଳି ପାଳନ କଲେ ଗଞ୍ଜାମ ଏସ ପି

0
647

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଦିବ୍ୟାଙ୍ଗ ପିଲାଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପିଲାମାନଙ୍କୁ ନିଜେ ମିଠା ବାଣ୍ଟିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଏସପିଙ୍କୁ ନିଜ ପାଖରେ ପିଲାମାନେ ପାଇ ଖୁସି ଅନୁଭବ କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନଂଦ ରାଓ ଛାତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଆରଆଇ ଗଙ୍ଗାଧର ଧାଙ୍ଗର, ସବଳ ସୋରେନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here