ରାଇଘର ଜଗନ୍ନାଥ ମନ୍ଦିର ସାମନାରେ ଦୂର୍ଘଟଣା

0
568

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜଗନ୍ନାଥ ମନ୍ଦିର ସାମ୍ନାରେ ଘଟିଛି ଦୁର୍ଘଟଣା । ସୂଚନା ଅନୁଯାୟୀ ବାଇକ ଚାଳକ (ବାଇକ୍ ନମ୍ବର OD 24D 7213) ରାଇଘର ର ସହଦେବ ଗଣ୍ଡ ଓ ତାଙ୍କ ସହ ଗଞ୍ଜାମ ଜିଲ୍ଲା ବେଲଗୁଡ଼ା ଗ୍ରାମର ମୁଖ୍ୟ କାରିଗର ତ୍ରିନାଥ ମହାରଣା ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ଯାଉଥିଲେ , ହଟାତ ପଛପଟୁ ଏକ କାର ଆସି ବାଇକ୍ କୁ ଧକ୍କା ଦେଇ ଏକ ଘର ଭିତରେ କାର ଟି ପଶିଯାଇଥିଲା ,ଉକ୍ତ କାର ( CG 05AD5100) ରାୟପୁର ରୁ ଉମରକୋଟ ଅଭିମୁଖେ ଯାଉଥିଲା, କାର ମଧ୍ୟରେ କାର ଚାଳକ ଶିଖ ଜାହିର ଉଦ୍ଦାମ(୪୫) ଙ୍କ ସହ ଇଉ ଜସୋନି (୩୭), ଶେଖ ମୋହୋମଦ ତୁସେଲ (୧୦) ଥିଲେ ।ବାଇକ୍ ଚାଳକ ସହଦେବ ଙ୍କ ହାତରେ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତ୍ରିନାଥ ମହାରଣା ଙ୍କ ଗୋଡ଼ ରେ ବହୁ ଯୋରେ ଆଘାତ ଲାଗିଛି ସହଦେବ ଙ୍କୁ ପ୍ରଥମେ ରାଇଘର ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତ୍ରିନାଥ ମହାରଣାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି । କାର ମଧ୍ୟରେ ଥିବା ୩ ଜଣ ଙ୍କୁ ରାଇଘର ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରା ଯାଉଛି
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here