ଆହୁରି କଠୋର ହେଲେ ସୁପ୍ରିମକୋର୍ଟ

0
630

ଭୁବନେଶ୍ୱର : ଓଡିଶା ହାଇକୋର୍ଟ ଓକିଲଙ୍କ ଧର୍ମଘଟ ପ୍ରତି ସୁପ୍ରିମକୋର୍ଟ ତାଙ୍କ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ଏଥି ସହିତ ୨୦୧୮ ଓ ୨୦୧୯ରେ ହାଇକୋର୍ଟ ଓକିଲଙ୍କ ଧର୍ମଘଟ ଯୋଗୁ କୋର୍ଟ କେତେ ଦିନ ଅଚଳ ହୋଇଛି ଓ ତଳକୋର୍ଟ କେତେ ଦିନ ଅଚଳ ହୋଇଛି ତାହା ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମହକିଲ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବା ସହିତ ଯେଉଁ ଇଚ୍ଛୁକ ଓକିଲ ମହକିଲ ମାନଙ୍କ ସପକ୍ଷରେ ଲଢିବା ପାଇଁ ଚାହାନ୍ତି ସେମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ବାର କାଉନସିଲର ଅଧକ୍ଷ ଏବଂ ବାର ଆସୋସିଏସନର ସଭାପତିଙ୍କୁ ମଧ୍ୟ ହାଜର ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର ୮ ତାରିଖକୁ ପରବର୍ତ୍ତି ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

LEAVE A REPLY

Please enter your comment!
Please enter your name here