ଦୀପାବଳୀ ପୂର୍ବରୁ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସଚେତନତା ପଦଯାତ୍ରା ଆୟୋଜିତ।

0
647

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ପଦଯାତ୍ରା ଜରିଆରେ ସହରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରତିବର୍ଷ ଦିପାବଳୀରେ ବିଭିନ୍ନ ଅତ୍ୟଧିକ ଶବ୍ଦ ଓ ପରିବେଶ ପ୍ରଦୂଷଣକାରୀ ଆତସବାଜି ଫୁଟାଇବା ଦ୍ବାରା ବହୁ ପଶୁପକ୍ଷୀଙ୍କ ଜୀବନ ଅକାଳରେ ଯାଉଛି। ନିରୀହ ପଶୁପକ୍ଷୀଙ୍କ ସୁରକ୍ଷା ମନୁଷ୍ୟ ହାତରେ। ପରିଷଦର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରିବା ସହ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ନ ଫୁଟାଇ ଘର ଦୁଆରେ ମାଟିର ଘୃତଦୀପ ଜାଳି ଦିପାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜକ ଆଞ୍ଚଳିକ ବିକାଶ ପରିଷଦ ସହିତ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ, ସବୁଜ ବାହିନୀ, ମହାତ୍ମା ହ୍ୟାଲ୍ପିଙ୍ଗ କ୍ଲବ, ମାନବ ଅଧିକାର ମଞ୍ଚ ଆଦି ପ୍ରମୁଖ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here