କାର୍ଯ୍ୟଭାର ଗ୍ରହଣ କଲେ ମାନସ ମଙ୍ଗରାଜ

0
657

ଭୁବନେଶ୍ୱର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ ସରକାରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ଆସନ ଅଳଙ୍କୃତ କରିଛନ୍ତି । ବୁଧବାର ଶ୍ରୀ ମଙ୍ଗରାଜ ଲୋକସମ୍ପର୍କ ନିର୍ଦ୍ଦେଶାଳୟରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମଙ୍ଗରାଜ ଓଡିଆ ଦୈନିକ ସମ୍ବାଦରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରି ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି । ପରବର୍ତ୍ତୀ ସମୟରେ ରାଜନିତୀରେ ପାଦ ଥାପି ପ୍ରଥମେ କଂଗ୍ରେସ ଓ ପରେ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ । ନିଜର ଅଭିଜ୍ଞତାକୁ ପାଥେୟ କରି ବିଜେଡିର ମିଡିଆ ସଂଯୋଜକ ଏବଂ ସାଙ୍ଗଠନିକ କ୍ଷେତ୍ରରେ ମଧ୍ୟ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ପାଇଥିଲେ।
ଆଜି ଶ୍ରୀ ମଙ୍ଗରାଜ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କୁ ଲୋକସମ୍ପର୍କବିଭାଗ ଓ ଅନ୍ୟାନ୍ୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସହିତ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା ଦିଗରେ ସେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଥିରେ ବିଭାଗର ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶକ ଏବଂ ଅନ୍ୟାନ କର୍ମର୍କର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here