ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଅଗ୍ନିକାଣ୍ଡ

0
633

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ହଲରେ ନିଆଁ ଲାଗିଥିବା ଖବର ମିଳିଛି ।ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲ। ହେଲେ ନିଆଁର ପ୍ରକୋପ ଏତେ ବେଶି ରହିଥିଲା ଯେ ଏହାକୁ ଆୟତ୍ତ କରିବାକୁ ଅଧିକ ସମୟ ଲାଗିଥିଲା। ଆଜି ଭିସିଙ୍କ ଅଫିସରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା ବୈଠକ ସରିବା କିଛି ସମୟ ପରେ ସିଣ୍ଡିକେଟ୍ ହଲରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ତେବେ ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here