ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ରେ କୋଡ଼ିଙ୍ଗା ଅଞ୍ଚଳରେ ଶୋକ

0
904

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଗ୍ରାମର ବି.ସାଇରାଜୁ ନାମକ ଜଣେ ଯୁବ ବ୍ୟବସାୟୀ ଙ୍କୁ ବିଗତ ୨୨ତାରିଖରେ କୋରନା ପଜିଟିଭ ବାହାରିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ନବରଙ୍ଗପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ଗତ କାଲି ମୃତ୍ୟୁ ବରଣ କରିଥିବା ଖବର ଜଣାପଡ଼ିବା ପରେ କୋଡ଼ିଙ୍ଗା ର ବଣିକ ସଙ୍ଗ ତରଫରୁ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ କରାଯାଇ ସ୍ଥାନୀୟ ସଙ୍ଘ ଗୃହ ଠାରେ ଏକ ଶୋକ ପ୍ରକାଶ କରିଥିଲେ । ବି.ସାଇରାଜୁ ଜଣେ ପରୋଉପକାରୀ , ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ରେ କୋଡ଼ିଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here