ଗ୍ରାମୀଣ ଗ୍ରୁହ ବକେୟା ପ୍ରାପ୍ୟ ପାଇଁ ସିଧାସଳଖ ବ୍ଲକ ସହ ଯୋଗାଯୋଗ ନିମନ୍ତେ ବରୀ ବିଡିଓଙ୍କ ସୁଚନା ।

0
833

ଯାଜପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବରୀ ର ସମସ୍ତ ପଂଚାୟତ ରେ ଯେଉଁ ମାନଙ୍କର ଗ୍ରାମୀଣ ଗୃହ ର ନିର୍ଦ୍ଧିଷ୍ଟ ସ୍ତର ଶେଷ ହୋଇ, ପାଉଣା ବକେୟା ରହିଅଛି, କିମ୍ବା ବହୁ ଦିନ ହେଲା ଘର ଶେଷ ହୋଇଥିଲେ ମଧ୍ୟ ପାଉଣା ପାଇନାହାନ୍ତି, କିମ୍ବା ପୁରସ୍କାର ରାଶି ମିଳିବାରେ ବିଳମ୍ବ ହେଉଛି ସେହି ହିତାଧିକାରୀ ସିଧାସଳଖ ବ୍ଲକ ଅଧିକାରୀ ଙ୍କୁ ଜଣାଇବା ପାଇଁ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ତ୍ରିପାଠୀ ଆଜି ସାମାଜିକ ଗଣମାଧ୍ୟମ ଜରିଆରେ ସୁଚନା ଦେଇଛନ୍ତି । ନିର୍ଦ୍ଧିଷ୍ଟ ସ୍ତର ବାବଦ ପାଉଣା ତିନିଦିନ ମଧ୍ୟରେ, ଘର ଶେଷ କିସ୍ତି ସାତ ଦିନ ମଧ୍ୟରେ ଏବଂ ପୁରସ୍କାର ରାଶି ଦଶ ଦିନ ମଧ୍ୟରେ ବ୍ଲକ ଅଫିସ ପକ୍ଷରୁ ପ୍ରଦାନ କରାଯିବା କଥା ସେ ଉଲ୍ଲେଖ କରିଛନ୍ତି ।
ତାକଂ ସୁଚନା ଅନୁଯାୟୀ 2016 ପୂର୍ବର ବକେୟା ପାଉଣା ଏକ ମାସ ମଧ୍ୟରେ ପ୍ରଦାନ କରାଯିବ ଓ ଯଦି ଯାନ୍ତ୍ରିକ ତ୍ରୁଟି ରହିବ ତେବେ ଏହି ଅବଧି ବଢିବା ନେଇ ସେ ମତ ଦେଇଛନ୍ତି । ଘର ପାଉଣା ବାବଦେ କାହାକୁ କୌଣସି ପଇସା ଲାଂଚ ନ ଦେବା ପାଇଁ ନିବେଦନ କରିଛନ୍ତି । ଏପରିକି ତାକଂ ମୋବାଇଲ ନଂ 9348169448 ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ବରୀ ବିଡିଓ ହିତାଧିକାରୀଙ୍କୁ ଏହି ସଂଦେଶ ଦ୍ବାରା ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here