ଖଲ୍ଲିକୋଟ ଥାନାର ଦୁଇ ହୋମଗାର୍ଡଙ୍କ ଅକାଳ ବିୟୋଗ

0
311

ଖଲ୍ଲିକୋଟ ( ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଦୁଇ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନାରେ ହୋମଗାର୍ଡ ଭାବେ ନିୟୋଜିତ ଥିଲେ ସତ୍ୟବାନ ସେଠୀ ଓ ଶିବ ପ୍ରସାଦ ମିଶ୍ର । ଏହି ଦୁଇ ହୋମଗାର୍ଡ କିଛି ଦିନ ହେଲା ବିଭିନ୍ନ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ଅର୍ଥାତ ଶନିବାର ଦିନ ହଠାତ ସତ୍ୟବାନଙ୍କ ଶ୍ବାସ କ୍ରିୟାରେ ଯନ୍ତ୍ରଣା ହେବାରୁ ଘରଲୋକେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ସତ୍ୟବାନଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସତ୍ୟବାନଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଶିବପ୍ରସାଦ ମିଶ୍ର କିଛି ବର୍ଷ ହେଲା କିଡନି ରୋଗରେ ଆକ୍ରାନ୍ତ ଥିଲେ । ହଠାତ ତାଙ୍କର ସ୍ବାସ୍ଥ୍ୟବସ୍ତା ବିଗିଡ଼ି ବାରୁ ଘରଲୋକେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ଗତ ଅପ୍ରେଲ ମାସ ୨୦ ତାରିଖରେ ନେଇଥିଲେ ସେଠାରେ ଶିବପ୍ରସାଦଙ୍କ କୋଭିଡ ଟେଷ୍ଠ କରାଯିବାରୁ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଡାକ୍ତର ତୁରନ୍ତ ଶିବପ୍ରସାଦଙ୍କୁ ଏମକେସିଜି କୋଭିଡ ହଷ୍ପିଟାଲକୁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସିତ ହୋଇ ଭଲହେବା ପରେ ଶିବପ୍ରସାଦ ଅପ୍ରେଲ ମାସ ୨୮ ତାରିଖରେ ନିଜଘର ଶ୍ୟାମସୁନ୍ଦରପୁର ଗ୍ରାମକୁ ଫେରିଆସିଥିଲେ । ହେଲେ ଆଜି ସକାଳେ ଶିବପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସତ୍ୟବାନ ଓ ଶିବପ୍ରସାଦଙ୍କ ମୃତ୍ୟୁ ଖବର ଶୁଣି ଥାନା ପରିସର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ସେପଟେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଗଭିର ଦୁଃଖ ପ୍ରକାଶ କରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here