ବୁଗୁଡା ଏନଏସିରେ ଥର୍ମାଲ ସ୍କାନିଂ ଆରମ୍ଭ

0
321

ବୁଗୁଡା(ଅନିଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ପ୍ରଶାସନ ସହରକୁ ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ସଟ୍ ଡାଉନ୍ ସମୟରେ ବୁଗୁଡା ଏନେସିର ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ଥର୍ମାଲ ସ୍କ୍ରିନିଂ ୯ ତାରିଖରୁ ଆରମ୍ଭ କରାଯାଇଛି। ୯ ତାରିଖ ପ୍ରଥମ ଦିନରେ ବୁଗୁଡା ଏନଏସିର ୧,୨,୬,୯,୧୨,ଓ ୧୩ ନମ୍ବର ୱାର୍ଡ଼ର ୪୭୨ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟରେ ଡାକ୍ତରଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସଟ୍ ଡାଉନ୍ ସମୟ ମଧ୍ୟରେ ସମସ୍ତ ନିୟମକୁ ପାଳନ କରି ଏନଏସି ର ପ୍ରତ୍ୟେକ ଘରକୁ ଘର ବୁଲି ପରିବାରର ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ଶେଷ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଯେଉଁ ବ୍ୟକ୍ତିଙ୍କ ଥଣ୍ଡା,କାଶ, ଜ୍ୱର, ଡାଇରିଆ ପ୍ରଭୃତି ଲକ୍ଷଣ ଥିବ ସେମାନଙ୍କୁ ଏନଏସିର କୋଭିଡ କେୟାର ହୋମରେ ରଖାଯାଇ ଚିକିତ୍ସା ସହ ସ୍ଲାବ ଟେଷ୍ଟ କରାଯିବାକୁ ସ୍ଥିର ହୋଇଛି। ସଟ୍ ଡାଉନ୍ ସମୟରେ ଅତି ଜରୁରୀ ନଥିଲେ ଘରୁ ବାହରକୁ ନଆସିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ସଫା କରିବାକୁ ଜନସାଧାରଣଙ୍କୁ ସଚେତନ କରା ଯାଇଛି । ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି ଇଓ ରଶ୍ମିରଞ୍ଜନ ଦାଶ ଥର୍ମାଲ ସ୍କ୍ରିନିଂ ହେଉଥିବା ସମସ୍ତ ୱାର୍ଡ଼ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here