କାର୍ତ୍ତିକ ହବିଶିଆଳି ଯୋଜନାରେ ବ୍ରହ୍ମପୁରରୁ ୫ଶହ ତୀର୍ଥଯାତ୍ରୀ ଗଲେ ଶ୍ରୀକ୍ଷେତ୍ର ପୁରୀ।

0
847

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ):ବିଧବା ଏବଂ ବୃଦ୍ଧାଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ବର୍ଷ ହେଲା ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି। ଯାହାର ସଫଳ ରୂପାୟନ ପାଇଁ ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ପ୍ରତି ବର୍ଷ ବୃଦ୍ଧା ଓ ବିଧବାଙ୍କୁ ପବିତ୍ର କାର୍ତ୍ତିକ ମାସରେ ସ୍ୱତନ୍ତ୍ର ଭାବେ ଟ୍ରେନରେ ପୁରୀ ନିଆଯାଇ ସେଠାରେ ପୁଣି ଦୀର୍ଘ ଏକ ମାସ ପାଇଁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି କ୍ରମରେ ଆଜି ବ୍ରହ୍ମପୁର ସହରରୁ ବିଭିନ୍ନ ୱାର୍ଡରୁ ମୋଟ ପ୍ରାୟ ୫ଶହ ମହିଳା ହବିଶିଆଳି ବ୍ରହ୍ମପୁର ରେଳଷ୍ଟେସନରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ତୀର୍ଥଯାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here