ଦିଗପହଣ୍ଡିରେ ରମେଶ ଜେନା, ମାଁ ବୁଢୀ ଠାକୁରାଣୀ ଯାତ୍ରାଉତ୍ସବରେ ସମର୍ଥକଙ୍କ ଗହଣରେ ଯୋଗଦେଲେ ବିଧାୟକ ରମେଶ।

0
687

ଗଂଜାମ(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) :
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁବୁଢୀ ଠାକୁରାଣୀଙ୍କ ବାର୍ଷିକ ଶାରଦୀୟ ଯାତ୍ରା ଉତ୍ସବ ଚାଲିଥିବା ବେଳେ ସହର ଏବେ ଚଳଚଞ୍ଚଳ ଆଉ ଉତ୍ସବ ମୁଖର। ଯାତ୍ରା ଅବସରରେ ପଡୋଶୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ରାଣୀ ସାହି ସ୍ଥିତ ଦୂର୍ଗା ପୂଜା ମଣ୍ଡପରେ ମାଁଦେବୀ ଦୂର୍ଗାଙ୍କୁ ଦର୍ଶନ ପୂଜାର୍ଚ୍ଚନା ଆଦି କରିବା ପରେ ବଜାର ସାହିରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଁ ବୁଢୀ ଠାକୁରାଣୀଙ୍କୁ ଦର୍ଶନ ଏବଂ ଭୋଗରାଗ ପୂଜାର୍ଚ୍ଚନା ଆଦି କରିଥିଲେ। ଯାତ୍ରା ପରିଚାଳନା କମିଟିଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ସମସ୍ତ ଆତିଥ୍ୟ ଚର୍ଚ୍ଚା କରାଯାଇଥିଲା। ସାଥିରେ କଂଗ୍ରେସର ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଏବଂ କଂଗ୍ରେସ ଯୁବ ନେତା ଚିନ୍ମୟ କୁମାର ହୋତାଙ୍କ ସହିତ ବହୁ କଂଗ୍ରେସ ସମର୍ଥକ ଯୁବ ନେତା ମଧ୍ୟ ସାମିଲ ରହିଥିଲେ । ତେବେ ୬ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦିଗପହଣ୍ଡି ସହରରେ ଯାତ୍ରା ଉତ୍ସବ ଆଳରେ ରମେଶଙ୍କ ପ୍ରବେଶକୁ ନେଇ ରାଜନିତୀ ସମୀକ୍ଷକମାନେ ବିଭିନ୍ନ ପ୍ରକାର ମତ ରଖିଛନ୍ତି। ରମେଶ ନିଜ ସମର୍ଥକଙ୍କ ସହିତ ଦିଗପହଣ୍ଡି ଆସିଥିବା ବେଳେ ଦିଗପହଣ୍ଡିରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ରହିଥିବା ଦେଖିବାକୁ ମିଳିଥିଲା । ଯାତ୍ରା ପରିଚାଳନା କମିଟି ଏବଂ ରମେଶଙ୍କ ଆତିଥ୍ୟ ସହକାର ଦେଖିଲେ ଯେ କେହିବି ତାଜୁବ ହୋଇପଡିବ। ଫୁଲ ତୋଡା ଦେଇ ବିଜେଡି ସମର୍ଥକମାନେ ଯାତ୍ରା ମଣ୍ଡପକୁ ପାଛୋଟି ନେବା ପରେ ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ସପ୍ତମ ଦିନରେ ରମେଶ ଏକ ଆକର୍ଷକ ପାଲଟିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ପ୍ରକାଶ ଯେ, ଦିଗପହଣ୍ଡି ସହରରେ କଂଗ୍ରେସ ଏବେ ସୁପ୍ତ ପ୍ରାୟ ହୋଇଯାଇଥିବା ବେଳେ ସମ୍ପ୍ରତ୍ତି ପୁଣି ମଜବୁତ ହେବାରେ ଲାଗିଥିବା ପରିଲକ୍ଷିତ ହୋଇଛି । ଉତ୍ସବ ଆଳରେ ହେଉ କିମ୍ବା ଅନ୍ୟାନ୍ୟ ଗତ ସାଧାରଣ ନିର୍ବାଚନ ଫଳାଫଳକୁ ପରଖିଲେ ଦିଗପହଣ୍ଡି ଏନଏସିରେ ବିଜେଡିର ପକେଟ୍ ଭୋଟ କମିଯାଇଥିବା ଜଣାପଡେ। ଆଗକୁ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରହିଛି। ଏଭଲି ପରିସ୍ଥିତିରେ ବିଜେଡି ପକ୍ଷରୁ ଭୋଟ ବ୍ୟାଙ୍କ୍ ବର୍ଦ୍ଧିତ କରିବାକୁ ଜୋର୍ ଦିଆନଗଲେ ଆଗକୁ ଘାଟ ପଡିପାରେ ବୋଲି ସମାଲୋଚନା ହେଉଛି । କେବଳ ମାଁ ବୁଢୀ ଠାକୁରାଣୀ ଯାତ୍ରାରେ ରମେଶ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆମନ୍ତ୍ରିତ ହୋଇ ଯାଇଥିବା ବେଳେ ପୂର୍ବରୁ ବହୁବାର କଂଗ୍ରେସ କାର୍ଯ୍ୟାଳୟ ଗୁଡିକୁ ବିଭିନ୍ନ ସମୟରେ ରମେଶ ଆସି ଫେରିଛନ୍ତି । ହେଲେ ସବୁଥର ରମେଶଙ୍କ ଦିଗପହଣ୍ଡି ଗସ୍ତରେ କିନ୍ତୁ ବହୁ ଯୁବପିଢୀ ଆକୃଷ୍ଟ ହୋଇ ଆଗେଇ ଆସୁଥିବା ପରିଲକ୍ଷିତ ହେଉଛି। ଭିତିରିଆ ଭାବେ ଦିଗପହଣ୍ଡି ଗଡରେ କଂଗ୍ରେସକୁ ଦୃଢୀ ଭୂତ କରିବା ପାଇଁ ରମେଶ ପ୍ରୟାଶ ଶାସକ ବିଜେଡି ପାଇଁ ଆଗକୁ ବିଷମ ସମସ୍ୟା ସୃଷ୍ଟି କରିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here