ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ, ୧୫ଜୁଆଡି ଗିରଫ ୭ଲକ୍ଷ୬୮ହଜାର ଟଙ୍କା ଜବତ।

0
941

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ):ବ୍ରହ୍ମପୁର ପୋଲିସ ପକ୍ଷରୁ ଗତ କିଛି ଦିନ ଧରି ନିୟମିତ ଜୁଆ ଅଡ୍ଡା ଉପରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଗତ ରାତିରେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ପକ୍ଷରୁ ଭିମାରାଓ ପେଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଖେଳ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଟାଉନ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ବେଳେ ୧୫ଜଣ ଜୁଆଡି ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ମୋଟ ୭ଲକ୍ଷ ୬୮ହଜାର ୭୧୦ଟଙ୍କା ଜବତ କରାଯାଇଛି।
ଏହା ସହିତ ଘଟଣା ସ୍ଥଳରୁ ୧୦୪ଟି ତାସ ପ୍ୟାକେଟ, ୧୬ଟି ମୋବାଇଲ ଫୋନ ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ପୂର୍ବତନ କର୍ପୋରେଟର ଥିବା ବେଳେ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ ଡି ପି ଓ ବିଷ୍ଣୁ ପତି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସାଧାରଣତଃ କୁମାର ପୂର୍ଣ୍ଣିମା ସମୟରେ ତାସ ଖେଳିବା ଏକ ପରମ୍ପରା ଥିବା ବେଳେ ଏହାର ସୁଯୋଗ ନେଇ ଜୁଆ ଅଡ୍ଡା ଗୁଡିକ ପରିଚାଳିତ ହେଉଛି। ଜାହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ନିୟମିତ ଚଢ଼ାଉ ଜାରି ରହିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଜୁଆଡିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here