୫ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ସହ ଅଟୋ ଜବତ, ଜଣେ ଗିରଫ

0
477

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସକୁ ସଫଳତା ମିଳିଛି । ଆଜି ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୫ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ କଞ୍ଚଣା ଛକ ନିକଟର ଛକି ରହିଥିଲା । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ଇସାକ ସିଂ। ସେ ଗଜପତିରୁ ଆସି କୋଦଳା ବଡଦାଣ୍ଡ ସାହିରେ ରହୁଥିବା ଜଣାପଡିଛି । ଇସାକ ମଦ ନେଉଥିବା ବେଳେ ତାକୁ ଧରିବା ସହ ସେ ମଦ ଆଣିଥିବା ଅଟୋ ଏବଂ ପ୍ରାୟ ୫୦୦ ଲିଟରରୁ ଉର୍ଦ୍ଧ୍ବ ହେବ ଚୋରି ମହୁଲି ମଦ ଜବତ କରିଛି । ଏହି ଚଢ଼ାଉ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏକ ଟିମ କରିଥିବା ଜଣା ପଡ଼ିଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here