ନାବାଳିକାକୁ ବଳତ୍କାର ଅଭିଯୋଗ

0
739

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଧିନସ୍ଥ କଞ୍ଚଣା ଗ୍ରାମରେ ଏକ ଲଜ୍ଜା ଜନକ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l କଞ୍ଚଣା ଗ୍ରାମର ଏକ ୯ ବର୍ଷର ନାବାଳିକା ବଳତ୍କାରର ଶିକାର ହୋଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ କଞ୍ଚଣା ଗ୍ରାମର ଝିଅ (ଛଦ୍ମନାମ)ଚି଼ନୁ ଗତକାଲି ମା ଦୁର୍ଗାଙ୍କ ବିସର୍ଜନ ସମୟରେ ରାତ୍ର ୮.୩୦ ମି. ସମୟରେ ପରିସ୍ରା କରିବା ପାଇଁ ପଦାକୁ ଆସିଥିବା ବେଳେ ତିରିଡ଼ା ଗ୍ରାମର ସୁଶାନ୍ତ ସାହୁ ଟାଣିନେଇ ନିଜେ ରହୁଥିବା ଭଡା ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏ ନେଇ ପୀଡିତାର ମା ବେଗୁନିଆପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ଏତଲାକୁ ଭିତ୍ତି କରି ବେଗୁନିଆପଡା ପୁଲିସ ଘଟଣା ସ୍ଥଳରୁ ଅଭିଯୁକ୍ତ ସୁଶାନ୍ତଙ୍କୁ ଗିରଫ କରିବା ସହ କେସ ନଂ ୨୭୫/୧୯ ରେ ଏକ ମାମଲା ରୁଜୁ କରିଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି l ସୂଚନା ଥାଉକି ଅଭିଯୁକ୍ତ ସୁଶାନ୍ତ ଦୀର୍ଘଦିନ ଧରି କଞ୍ଚଣା ଗ୍ରାମର ଏକ ହୋଟେଲରେ କାରିଗର ହିସାବରେ କାର୍ଯ୍ୟ କରୁଥିଲେ l

LEAVE A REPLY

Please enter your comment!
Please enter your name here