ଭାରତୀୟ ଜନତା ପାର୍ଟିର ଗାନ୍ଧୀ ସଂକଳ୍ପ ଯାତ୍ରା;ଦିଗପହଣ୍ଡି ନିର୍ବାଚନ ମଣ୍ଡଳି

0
723

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭାରତୀୟ ଜନତା ପାର୍ଟି ସମଗ୍ର ଭାରତ ବର୍ଷରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ *ଗାନ୍ଧୀ ସଂକଳ୍ପ ଯାତ୍ରା* ଆରମ୍ଭ କରିବ । ରାଜ୍ୟର ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ଦିନଧରି ଚାଲିବ। ଦୁର୍ଗା ପୂଜାର ବିରତି ପରେ ପୁଣି ଏହା ଅକ୍ଟୋବର ୧୪ ତାରିଖରୁ ଆରମ୍ଭ ହେବ। ଏହି ନିଷ୍ପତ୍ତି ପ୍ରକାରେ ଦିଗପହଣ୍ଡି ନିର୍ବାଚନ ମଂଡଳିରେ ଅକ୍ଟୋବର ୨ ତାରିଖରେ କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ସକାଳ ୯ଟାରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ସହିତ *ଗାନ୍ଧୀ ସଂକଳ୍ପ ଯାତ୍ରା* ର ଶୁଭାରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗାନ୍ଧୀଜୀଙ୍କର ୧୫୦ତମ ଜନ୍ମବାର୍ଷକୀକୁ ଏକ ମାଇଲ ଖୁଣ୍ଟ ଭାବରେ କରି ଅନ୍ୟୁନ୍ୟ ୧୫୦କି.ମି ପଥ ଅତିକ୍ରମ କରି ନିର୍ବାଚନ ମଂଡଳିର ପ୍ରତ୍ୟେକ ପଞ୍ଚାୟତର ମାତ୍ରାଧିକ ଗ୍ରାମ ସ୍ପର୍ଶ କରିବା ସହ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା, ଜଳ ସଂରକ୍ଷଣ, ସ୍ୱଚ୍ଛ ଭାରତ, ପରିବେଶ ସନ୍ତୁଳନ ରକ୍ଷାକାରୀ ସଚେତନତା, ସମାଜର ଅଗ୍ରଗତିରେ ପ୍ରମୂଖ ବାଧକ ଅସ୍ପୃଶ୍ୟତା (ଛୁଆଁ ଅଛୁଆଁ) ଇତ୍ୟାଦି ଗାନ୍ଧୀଙ୍କ ବାର୍ତ୍ତାକୁ ଦିଗପହଣ୍ଡି ଅଂଚଳବାସୀଙ୍କ ଭିତରେ ଆଗେଇନେବା ମୂଳ ଉଦ୍ଦେଶ୍ୟ ହେବ। ଏ ଯାତ୍ରା ସାଧାରଣ ଜନତାଙ୍କ ନିମନ୍ତେ ଉଦ୍ଧିଷ୍ଟ । ଏଥି ସଂପର୍କରେ ଏକ ପ୍ରସ୍ତୁତି ବୈଠକ ୦୧-୧୦-୨୦୧୯ ରେ ନିର୍ବାଚନ ମଂଡଳିର ପ୍ରମୂଖ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଅନୁଷ୍ଠିତ ହେବାର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here