ବୁଗୁଡ଼ାରେ ଓକିଲ ସଙ୍ଘ ଓ ୩ ନଂ ୱାର୍ଡରେ ସହୀଦ୍ ଜୱାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

0
371

ବୁଗୁଡ଼ା(ଅନିଲ କୁମାର ମହାରଣା) ଚୀନ୍ ଓ ଭାରତ ସୀମା ଲଦାଖ ନିୟନ୍ତ୍ରଣ ରେଖାରେ ଚୀନ ସୈନିକଙ୍କ ସହ ଭାରତୀୟ ସୈନିକଙ୍କ ଧସ୍ତାଧସ୍ତି ଓ ଗୁଳି ଗୋଳା ବିହୀନ ସଂଘର୍ଷରେ ଶହୀଦ୍ ହୋଇଥିବା ଭାରତର ୨୦ ଜଣ ଜୱାନଙ୍କ ନିମନ୍ତେ ବୁଗୁଡ଼ାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଙ୍ଘ ପକ୍ଷରୁ ଅଧୀବକ୍ତା ମିହିରକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଆୟୋଜିତ ଏହି ସଭାରେ ହରପ୍ରସାଦ ଦାଶ, ଅମର ପଟ୍ଟନାୟକ, ମାନସରଂଜନଦାଶ, ଅନୀଳ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଆଗୁଆ, ରବୀନ୍ଦ୍ରନାଥ ପଣ୍ଡା, ସତ୍ୟ ନାରାୟଣ ମିଶ୍ର, ଲୋକନାଥ ବେହେରା, ବିଭୁଦତ୍ତ ନାୟକ, ଆଶିଷ ରାଉତ, ପ୍ରଭାତ କୁମାର ଜେନା, ଶ୍ଯାମ ସୁନ୍ଦର ବିଷୋୟୀ, ଶ୍ରୀକାନ୍ତ କୁମାର ଶତପଥୀ, ସରୋଜ କୁମାର ତ୍ରିପାଠୀ, କେ. ତ୍ରିଲୋଚନ ଦୋରା, ସଂକଳ୍ପ ମହାନ୍ତି, ପ୍ରମୁଖ ଅଧୀବକ୍ତା ଯୋଗ ଦେଇ ବଳିଦାନର ମହତ୍ତ୍ଵଓ ଦେଶପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମେ ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ସେହିପରି ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡର ପିଲାରୁ ବୁଢ଼ା ପର୍ଯ୍ୟନ୍ତ ଜନସାଧାରଣ ସାମାଜିକ ଦୂରତା ରଖି ଏକତ୍ରିତ ହୋଇ ମହମବତୀ ପ୍ରଜ୍ଜ୍ୱଳନ କରି ନିରବ ପ୍ରାର୍ଥନା ସହ ୨୦ ଜଣ ସହୀଦ ବୀର ଜୱାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here