ମାଛ ମରାକୁ କେନ୍ଦ୍ରକରି ଦୁଇ ମତ୍ସ୍ୟଜୀବୀ ଗାଁରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗାଁରେ ଉତ୍ତେଜନା, ୭ଆହତ ପୋଲିସ ମୁତୟନ।

0
881

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ମଧ୍ୟ୍ୟରେ ପୁଣିଥରେ ତେଜିଲା ବିବାଦ। ଗତକାଲି ରାତି ଠାରୁ ଗ୍ରାମରେ ଘଟିଯାଇଛି ଗୋଷ୍ଠୀ ସଂଘର୍ଷ । ମାଛମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗତ କାଲି ଠାରୁ ଦୁଇ ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ବିଳମ୍ବିତ ରାତିରେ ରାମେୟପଟଣା ଓ ଚନ୍ଦନବାଡ଼ ଗାଁରେ ଉଭୟ ପକ୍ଷ ମୁହାଁମୁହିଁ ହେବାରୁ ଗଣ୍ଡଗୋଳ ହୋଇଥିଲା ।

ଏଥିରେ ଗାଁ ମୁଖିଆ ପି.ରାମେୟଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ସେହିଭଳି ଚନ୍ଦନବାଡ଼ ଗାଁର ଜଣେ ମହିଳା ଆହତ ହୋଇଛନ୍ତି। ଘଟଣାରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ପି.ରାମେୟାଙ୍କ ମୁଣ୍ଡ ଓ ଦେହର ଅନ୍ୟ ଅଂଶରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଗୋଳନ୍ଥରା, ସୁନାପୁର ମେରାଇନ ଥାନା ପୋଲିସ ସହ ଦେଢ଼ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ବର୍ଷ ତଳେ ମାଛ ମରାକୁ ନେଇ ଏଭଳି ଗଣ୍ଡଗୋଳ ହୋଇଥିଲା। ପୋଲିସ ଓ ପ୍ରସାଶନ ବାହୁଦା ନଦୀରେ ସେହି ସ୍ଥାନରେ ମାଛ ମରାକୁ ବନ୍ଦ କରିବା ସହ ୧୪୪ ଜାରି କାରିଥିଲା। ହେଲେ ଗୋଟିଏ ଗ୍ରାମ ଲୋକ ତାହାକୁ ବାରମ୍ବର ଭାଙ୍ଗିବା ସହ ସେଠାରେ ମାଛ ମାରିବାରୁ ଏଭଳି ସ୍ଥିତି ଉପୁଜିଥିବା ପ୍ରାଥମିକ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here