ସାପ କାମୁଡ଼ା ରେ ମାଆ ପୁଅଙ୍କ ମୃତ୍ୟୁ

0
698

ଫୁଲବାଣୀ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ କଞ୍ଜ।ମେଣ୍ଡି ପଞ୍ଚାୟତ ର ଡ଼ପାରି ଗ୍ରାମ ର ରାଜଲଷ୍ମୀ ପ୍ରଧାନ ଏବଂ ତାଙ୍କ ଛୋଟ ପୁଅ ସହିତ ରାତି ରେ ଶୋଇଥିଲେ ।ରାତ୍ରି ରେ ଶୋଇଥିବା ସମୟରେ ଏ କ ବିଷାକ୍ତ ସାପ ଆସି ପ୍ରଥମେ ପୁଅ ଙ୍କୁ କାମୁଡ଼ି ଥିଲା ଫଳରେ ପୁଅ ଟି ଚିତ୍କାର କଲା ଫଳରେ ମା ଉଠିବା ବେଳକୁ ମାଆ ଙ୍କୁ ମଧ୍ୟ ସାପଟି କାମୁଡିଥିଲା।ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଜୟ କୃଷ୍ଣ ପ୍ରଧାନ ପଡିଶା ଘରଲୋକଙ୍କୁ ଡାକି କେ,ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ।ମାଆ ପୁଅଙ୍କ ଚିକିତ୍ସା ଚାଲିଥିବା ସମୟରେ ପୁଅ ଆଦିତ୍ୟ ର ମୃତ୍ୟୁ ଘଟିଥିଲା ଏବଂ ମାଆ ଗୁରୁତର ଥିବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା।ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସା ଚାଲିଥିବା ସମୟରେ ମା ରାଜଲକ୍ଷ୍ମୀ ର ମଧ୍ୟ ମୃତ୍ୟୁ ଘଟିଥିଲା।ମୃତ ରାଜଲକ୍ଷ୍ମୀ ଅଙ୍ଗନବାଡ଼ି କର୍ମୀ ଥିଲେ ବୋଲି ଜଣାପଡିଥିଲ ଏବଂ ମେଡିକାଲ ରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here