ଅନ୍ଧକାରରେ ଜୀବନ କାଟୁଛନ୍ତି ପଦ୍ମପୁର ଗ୍ରାମର ୩୦ ରୁ ଉର୍ଦ୍ଧ୍ବ ପରିବାର

0
146

ଦିଗପହଣ୍ଡି – ଦେଶ ସ୍ବାଧୀନ ହେବାର ଦୀର୍ଘ ୭୬ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଆଜି ମଧ୍ୟ ଅନ୍ଧାରରେ ଜୀବନ ବିତାଇବାକୁ ପଡୁଥିବା ଦେଖାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଦ୍ମପୁରରେ । ଗ୍ରାମରେ ୩୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିଲେ ମଧ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ଗ୍ରାମକୁ ନା ହୋଇପାରିଛି ବିଦ୍ୟୁତ ସଂଯୋଗ ନା ହୋଇପାରିଛି ପାନୀୟ ଜଳ ବ୍ୟବସ୍ଥା । ଗୋଟିଏ ପଟେ ଗ୍ରାମକୁ ବିଦ୍ୟୁତ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ଗ୍ରାମବାସୀ ମାନେ ହିଂସ୍ର ଜୀବଜନ୍ତୁ ଭୟରେ କବାଟ ବନ୍ଦ କରି ଜୀବନ କାଟୁଛନ୍ତି । ଏଥିସହ ପାନୀୟ ଜଳର ମଧ୍ୟ ସମସ୍ଯା ଯୋଗୁଁ ଗ୍ରାମବାସୀ ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ ହୋଇ ଆସୁଅଛି । ଯାହାକୁ ଦୃଷ୍ଟିରେ ରଖି ରବିବାର ଦିନ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ନିକଟରେ ଏହି ମୌଳିକ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଗ୍ରାମର ସମସ୍ଯା ଦିଗରେ ସରକାର ଦୃଷ୍ଟି ନ ଦେବେ କିମ୍ବା ଏହାର ପ୍ରତିକ୍ରିୟା ନ କରନ୍ତି ତେବେ ଗ୍ରାମବାସୀ ପକ୍ଷରୁ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗଣେଶ ଗମାଙ୍ଗ, କାହ୍ନୁ ରଇତ , ପଦ୍ମାବତୀ ରଇତ, ଖମ୍ବେଶ୍ୱର ବଡ ରଇତଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here