ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ୫୦ତମ ପ୍ରତିଷ୍ଠା ଦିବସ ପାଳିତ।

0
866

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ତରଫରୁ ଯଥାକ୍ରମେ ସ୍ବେଛାସେବୀମାନଙ୍କ ଆଭିମୁଖୀକରଣ କାର୍ଯ୍ୟକ୍ରମ ଓ NSSର ୫୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଦୁଇ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ଖାଡ଼ଙ୍ଗା ସଭାପତିତ୍ୱ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ପ୍ରଥମ ଦିବସରେ NSSର କାର୍ଯ୍ୟକାରୀ ମୁଖ୍ୟ ସ୍ଵର୍ଣ୍ଣଲତା ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇ NSSର ମୁଖ୍ୟ ଲକ୍ଷ୍ୟ ଓ ସେବା ମନୋବୃତି ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରି ସଭିଙ୍କୁ ଅନୁପ୍ରେରିତ କରିଥିଲେ l
ଦ୍ୱିତୀୟ ଦିବସରେ ସମାଜସେବୀ ତଥା ଟିମ କ୍ଲିନ ସିଟିର ପ୍ରତିଷ୍ଠାତା ସଦସ୍ୟ ଶକ୍ତିଧର ରାଜଗୁରୁ, ରାଜେନ୍ଦ୍ର କୁମାର ପାତ୍ର, ଅଭୟ କୁମାର ରଥ, ଅସିତ ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଦିନେଶ ପଟନାୟକ, ସନ୍ତୋସିନୀ, କିରଣ ଓ ସନ୍ଦୀପ ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ସମାଜ ପାଇଁ NSSର ଉପଯୋଗୀତା ଓ ସମାଜସେବା ସମ୍ପର୍କରେ ଅବଗତ କରାଇଥିଲେ l NSSର କାର୍ଯ୍ୟକାରୀ ସମ୍ପାଦକ ଡ଼କ୍ଟର ଶୁଭଶ୍ରୀ ଅପରାଜିତା ଏବଂ ଶ୍ରୀରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନ କରିଥିଲେ l ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ ଆନନ୍ଦ ସେଠୀ ଓ YRCର କାର୍ଯ୍ୟକାରୀ ସମ୍ପାଦକ ଡ଼ ଚିତ୍ତରଞ୍ଜନ ମହାନ୍ତି ମଧ୍ୟ ନିଜର ଅନୁଭୂତି ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ଦୁଇ ଦିବସରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେବା ସହିତ ସମସ୍ତ NSS ସ୍ବେଛାସେବୀ ଉପସ୍ଥିତ ରହି ଏହାକୁ ସଫଳତାର ରୂପ ପ୍ରଦାନ କରିଥିଲେ I ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here