ରାୟଗଡ଼ା ପୋଲିସ ଦ୍ୱାରା ସେକ୍ସ୍ ରାକେଟ ଠାବ

0
704

ରାୟଗଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୌଣସି ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ପୋଲିସ ସହରରେ ସେକ୍ସ ରାକେଟ ଠାବ କରିବା ସହ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଗିରଫ କରିଛି । ସହରର ଏଫସିଆଇ ଛକରେ ସେକ୍ସ ରାକେଟ ଠାବ କରାଯାଇଥିଲା ।
ଗିରଫ ୩ ଯୁବକ ତଥା ଗ୍ରାହକ ହେଲେ କିନପିନ ଚନ୍ଦନ କୁମାର ଚୌଧୁରୀ, ସୋନୁ ମଲ୍ଲିକ ଓ ବିକୁ କୁମାର ତାଣ୍ଡି । ଗତକାଲି ସଂଧ୍ୟାରେ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ଏହି ୨ଜଣ ଯୁବତୀ ଖୋର୍ଦ୍ଧା ଜିଲ୍ଲାର ଵୋଲି ଜଣାପଡିଛି ଏବଂ ଯୁବତୀ ମାନଙ୍କୁ କାଉନସଲିଂ ପରେ ସୁଧାର ଗୃହକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here