ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି (୩୪ ତାଲୁକା) ବୈଠକ

0
298

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବିଶ୍ୱକର୍ମା ଜାତି ଏକ ଅତି ପ୍ରାଚୀନ ଓ ଐତିହ୍ୟ ପୂର୍ଣ୍ଣ । ଏକଦା ଭଞ୍ଜ ରାଜବଂଶ ରାଜୁତି କାଳରେ ବୁଗୁଡାରେ ପ୍ରତିଷ୍ଠିତ କାଷ୍ଠ କୋଣାର୍କ ବିରଞ୍ଚି ନାରାୟଣ ମନ୍ଦିରର କାରୁକାର୍ଯ୍ୟ ମଣ୍ଡିତ କରିଛନ୍ତି ଏହି ବିଶ୍ଵକର୍ମା ସମାଜ। ଭଞ୍ଜରାଜାକୁ କାଠ କଣ୍ଢେଇ ଦ୍ୱାରା ଚାପୁଡା ମାରିଥିବା ଏଇ ଜାତିର ଶିଳ୍ପୀ ଯୋଗୀ ମହାରଣାଙ୍କ ଜନ୍ମ ଘୁମୁସର ମାଟିର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମ । ଏହି ବାଲିପଦର ଗ୍ରାମରେ ପ୍ରତିଷ୍ଠିତ ବିଶ୍ୱକର୍ମା ଭବନରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମିତି (୩୪ତାଲୁକା)ର ବିଭିନ୍ନ ତାଲୁକାରୁ କର୍ମକର୍ତ୍ତାମାନେ ଯୋଗଦେଇ ଶିଳ୍ପୀଙ୍କ ସଂପର୍କେ ଆଲୋଚନା କରିବା ସଙ୍ଗେ ବିଶ୍ୱକର୍ମା ସମାଜର ଏକତା ପାଇଁ ମତ ଦେଇଥିଲେ । ମହୁରୀ ତାଲୁକା ସଭାପତି ସିମାଞ୍ଚଳ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ୩୪ ତାଲୁକା ସଂପାଦକ କିଶୋର ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଘୁମୁସର ତାଲୁକା ସଂପାଦକ ରତ୍ନାକର ମହାରଣା ସଂଯୋଜନା କରିଥିବା ବେଳେ ଅତିଥି ଭାବେ ପୂର୍ବଖଣ୍ଡ ସଭାପତି ଅଜୟ ମହାରଣା, ଘୁମୁସର ସଭାପତି ସୂର୍ଯ୍ୟନାରାୟଣ ମହାରଣା, ରାଜଶ୍ରୀ ପ୍ରଭାକର ମହାରଣା, କୋରାପୁଟ ସଭାପତି ତାରିଣୀ ମହାରଣା, ମହୁରୀ ସଂପାଦକ ମହେଶ୍ୱର ମହାରଣା ପ୍ରମୁଖ ମଞ୍ଚାସିନ ଥିଲେ। ବିଶ୍ୱକର୍ମା ସମାଜର ଏକତା ଓ ଗୌରବ ସକାଶେ ୩୪ ତାଲୁକା ମହାଧିବେଶନ ଅତି ଜରୁ୍ରୀ ବୋଲି ସମସ୍ତେ ମତ ପ୍ରକାଶ କହିଥିଲେ। ବିଭିନ୍ନ ତାଲୁକାର କର୍ମକର୍ତ୍ତା ସମେତ ରାଜଶ୍ରୀମାନେ ସର୍ବସମ୍ମତି କ୍ରମେ ମହାଧିବେଶନ ଆବାହକ କମିଟିର ଅଧ୍ୟକ୍ଷ ଭାବେ ସିମାଞ୍ଚଳ ମହାରଣା ଓ ଉପାଧ୍ୟକ୍ଷ ଭାବେ ଅଜୟ ମହାରଣାଙ୍କୁ ମନୋନୀତ କରିଥିଲେ । ବିଭିନ୍ନ ତାଲୁକାର ରାଜଶ୍ରୀ, ସଭାପତି, ସଂପାଦକଙ୍କ ସମେତ ଅନ୍ୟ ଚାରି ଜଣ ଲେଖାଁଏ ସଦସ୍ୟ ଆବାହକ କମିଟିକୁ ମନୋନୀତ କରାଗଲା । କାର୍ଯ୍ୟକ୍ରମରେ ଘୁମୁସର ସହସଂପାଦକ କୃଷ୍ଣମୂର୍ତ୍ତି ମହାରଣା, ଉପଦେଷ୍ଟା ପ୍ରାଣକୃଷ୍ଣ ମହାରଣା, ସଭ୍ୟ ସନ୍ନ୍ୟାସୀ ମହାରଣା ସହଯୋଗ କରିଥିବା ବେଳେ ଘୁମୁସର ତାଲୁକାର ସମସ୍ତ କର୍ମକର୍ତ୍ତା ଓ ବାଲିପଦର କୁଳ ଭାଇମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଆଗାମୀ ଦିନରେ ଅତି ଶୀଘ୍ର ଶିଳ୍ପୀ ଯୋଗୀ ମହାରଣାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ସକାଶେ ୩୪ ତାଲୁକା ସଂଗଠକମାନେ ମନ୍ତବ୍ୟ ଦେଇଥିବା ଯୋଗୁଁ ଶିଳ୍ପୀ ଯୋଗୀ ମହାରଣା ଫାଉଣ୍ଡେସନ୍ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here