ଖଲିକୋଟ ଅଂଚଳରୁ ୨ କୁଇଣ୍ଟାଲ୍ ୯୩ କିଲୋ ଗଞ୍ଜେଇ ଜବତ

0
673

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସକାଳେ କୌଣସି ବିଶେଷ ସୁତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ୧୬ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ୱର କଳାଝର ଶଙ୍ଖ ନିକଟରୁ ଏକ କଣ୍ଟେନର୍ ଟ୍ରକରୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଉକ୍ତ କଣ୍ଟେନର୍ ଟ୍ରକରୁ ୨ କୁଇଣ୍ଟାଲ୍ ୯୩କିଲୋ ଗଞ୍ଜେଇ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୪ଲକ୍ଷ ୭୫ ହଜାର ଟଙ୍କା ହେବ ଏବଂ ଏହି ଗଞ୍ଜେଇ ରମ୍ଭା ଠାରୁ ଖୋର୍ଦ୍ଧା ଚାଲାଣ ହେଉଥିଲା । କଣ୍ଟେନର୍ ଟ୍ରକ ନମ୍ବର ଏଚଆର୩୮ଏକ୍ସ ୫୩୫୭ ଏବଂ ଟ୍ରକ ଚାଳକ ହସିନାପୁର ଉତ୍ତରପ୍ରଦେଶର ଅଜୟ କୁମାର ସିଂ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଅନ୍ୟ ଜଣେ ସହଯୋଗି ଖସି ପଳାଇବାରେ ସଫଳ ହୋଇଛି । ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଖଲ୍ଲିକୋଟ ତହସିଲଦାର ଚିତ୍ତ ରଞ୍ଜନ ମହାନ୍ତି, ଭେଜିପୁଟ ଫାଣ୍ତି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକ ସିଲ କରାଯାଇ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here