ମୋହନା ପୁଲିସ ଦ୍ଵାରା ଅଟୋ ସହିତ ୨୧୮ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ

0
266

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କନ୍ଧଗଣି ଛକ ନିକଟରେ ମୋହନା ପୁଲିସ ପେଟ୍ରୋଲିଂ କରିବା ସମୟରେ ଲୁହାଗୁଡି ପଞ୍ଚାୟତ ର କନ୍ଧଗଣି ଛକ ନିକଟରେ ମୋହନା ଥାନା ଏସ ଆଇ ସ୍ଵରବ କିଷାନ ଏବଂ କର୍ମଚାରୀ ଯୋଗେ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରୁ ୨୧୮ କିଲୋ ଗଞ୍ଜେଇ ଜବତ କରିବା ବେଳେ ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଜଣେ ଗଞ୍ଜେଇ ମାଫିଆକୁ ମୋହନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ବ୍ୟକ୍ତି ଜଣେ ହେଉଛି ବାଘଡ଼ଙ୍ଗର ଗାଁର ଦିଲ୍ଲିପ ପାଇକ (୩୭)। ଅଭିଯୁକ୍ତ ଜଣକ ତୁମାଙ୍ଗପଦର ଅଞ୍ଚଳରୁ ଗଞ୍ଜେଇ ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଲୁହାଗୁଡି ପଞ୍ଚାୟତ ଅଧିନ କନ୍ଧଗଣି ଛକରେ ନିକଟରେ ଅଟୋକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ପୁଲିସ ଅଟୋରୁ ୭ ବସ୍ତା ଗଂଜେଇ ଜବତ କରିଛି। ଏହି ବସ୍ତା ଗୁଡ଼ିକୁ ଓଜନ କରିବାବେଳେ ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ଉପସ୍ଥିତ ଥିଲେ। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛାନ୍ତି । ଏନେଇ ମୋହନା ଥାନା କେସ ନମ୍ୱର ୧୦୫/୨୧ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଉଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here