କୋଦଳାରେ ଦିନ ଦ୍ବିପହରେ ଡକାୟତି

0
709

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କୋଦଳା ପଣ୍ଡା ସାହି ନିକଟରୁ ସ୍ଥାନୀୟ ଖରୁଡ଼ା ସାହିର ଆଦିକନ୍ଦ ମହାପାତ୍ରଙ୍କ ଠାରୁ ୭ କେ.ଜି ରୁପା ସକାଳ ୧୦.୧୫ମି. ସମୟ ସ୍ପଟ ଦିବାଲୋକରେ ଦୁଇ ଜଣ ଦୁର୍ବୃତ୍ତ ଝାମ୍ପି ନେଇ ଚମ୍ପଟ ମାରିଥିବା ଜଣାପଡିଛି l ଲୁଟେରାମାନେ ଏକ ନମ୍ବର ବିହୀନ ରେଡ କଲର ଆପାଚ ବାଇକରେ ହେଲମେଟ ଓ ରେଇନକୋଟ ପିନ୍ଧି ୨ ଜଣ ପଣ୍ଡା ସାହି ନିକଟରେ ଆଦିକନ୍ଦ ସାଇକେଲରେ ଯାଇଥିବା ସମୟରେ ଛଡାଇ ନେଇଛନ୍ତି l ଲୁଟେରାମାନେ ସିଂହାସନି ରାସ୍ତାରେ ଚମ୍ପଟ ମାରିଥିଲେ l ଲୁଟେରାମାନଙ୍କ ପଛରେ ଗ୍ରାମର ପାଞ୍ଚଜଣ ଯୁବକ ତିନୋଟି ବାଇକରେ ପିଛା କରିଥିଲେ ହେଲେ ପିଛା କରିଥିବା ଯୁବକମାନଙ୍କୁ ଦୁର୍ବୁତ୍ତ ମାନେ ମାଉଜର ଦେଖେଇବାରୁ ଯୁବକମାନେ ଅଟକି ଯାଇଥିଲେ l କୋଦଳା ପୋଲିସ ଦୁର୍ବୁତ୍ତମାନଙ୍କ ପିଛା କରି ତଦନ୍ତ ଚଳାଇଛି l ଏନେଇ କୋଦଳା ଥାନାରେ ଏତଲା ଦିଆଯାଇଛି l ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସଆଇ ଅନିଲ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି l

LEAVE A REPLY

Please enter your comment!
Please enter your name here