୧୫ ଗ୍ରାମରୁ ଉର୍ଦ୍ଧ୍ବ ଧଳା ଜହର ଜବତ, ୨ ଜଣ ଗିରଫ

0
401

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଟାଉନ ଥାନା ପୋଲିସ ୧୫ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ରାଉତରାୟଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ବରେ ଟାଉନ ପୋଲିସ ଫୋର୍ସ ତିନିଦିନ ଅକ୍ଲାନ୍ତ ପରିଶ୍ରମ କରି ଧଳା ଜହର ଚୋରା ବେପାର କରୁଥିବା ଦୁଇ ଜଣ ଆସାମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଗିରଫ ଦୁଇ ଜଣଙ୍କ ନିକଟରୁ ଆନୁମାନିକ ୧,୫୨,୦୦୦ ଟଙ୍କା ମୂଲ୍ୟର ୧୫ ଗ୍ରାମ ୭୭ ମିଲିଗ୍ରାମ ବ୍ରାଉନ ସୁଗାର ସହ ଓଡ଼ି ୦୭ ଆର ୬୧୬୭ ନମ୍ବର ବାଇକ, ନଗଦ ୨୮୫୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ ହୋଇଛି। ଗିରଫ ଦୁଇ ଆସାମୀ ହେଲେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୩ୟ ଗଳିର ସନ୍ଦୀପ ଅଗ୍ରୱାଲ ଓରଫ ସିନ୍ଦୀ (୩୬) ପିତା- ବିନୋଦ ଅଗ୍ରୱାଲ ଏବଂ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଅରବିନ୍ଦ ନଗର ୨ୟ ଗଳି ର ପ୍ରଭୁ କଲ୍ୟାଣ ପଣ୍ଡା(୨୩) ପିତା- ପିତାମ୍ବର ପଣ୍ଡା। ଏନେଇ ଟାଉନ ଥାନା କେସ ନଂ ୨୩୮/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here