ଜେଲ ଗଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

0
741

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ ଆସୋସିଏସନ୍ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ଚିଟ୍ଫଣ୍ଡ ମାମଲାରେ ଆଜି ତାଙ୍କୁ ସିବିଆଇ ସକାଳେ ଗିରଫ କରିଥିଲା। ଗିରଫ ହେବା ପରେ ସେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଭୁବନେଶ୍ଵର ସିବିଆଇ କୋର୍ଟ। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ଜାମିନ ମଧ୍ୟ ଖାରଜ କରାଯାଇଛି। ତେବେ ଉଭୟ ଆଶୀର୍ବାଦ ଓ କମଳାକାନ୍ତ ଝାରପଡ଼ା ଜେଲ ଯିବେ। ସେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଆଶୀର୍ବାଦ ବେହେରାଙ୍କୁ ଚିଟ୍‌ଫଣ୍ଡ ମାମଲାରେ ପୂର୍ବରୁ ମଧ୍ୟ ଏକାଧିକ ଥର ଜେରା କରାଯାଇଛି। ହେଲେ ଆଜି ସକାଳୁ ସିବିଆଇ ତାଙ୍କୁ କଟକ ସ୍ଥିତ ବାସଭବନରୁ ଗିରଫ କରିଥିଲା। ଗିରଫ ହେବା ପରେ ସେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।ତାଙ୍କ ସହ କମଳାକାନ୍ତ ମଧ୍ୟ ଜାମିନ ଆବେଦନ କରିଥିଲେ। ହେଲେ ଭୁବନେଶ୍ଵର ସିବିଆଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here