ବଂଜରା ଶିଶୁ ଚୋରୀ ଘଟଣାରେ ୬ଗିରଫ ଅନ୍ୟ ୪ଫେରାର। ଗିରଫ ଦମ୍ପତ୍ତିଙ୍କ ପୋଷ୍ୟସନ୍ତାନ ଗ୍ରହଣ କରିବା ସ୍ୱପ୍ନ ଧୂଳିସାତ।

0
825

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ) (ଶକ୍ତିଧର ରାଜଗୁରୁ): ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ରହୁଥିବା ବଂଜରା ପରିବାରର ଦୁଇ ବର୍ଷର ଶିଶୁପୁତ୍ରର ଚୋରୀ ଘଟଣାର ପର୍ଦ୍ଧାଫାସ କରିଛି ଗୋଶାଣିନୁଆଗାଁ ଥାନା ପୋଲିସ। ଘଟଣାରେ ପୋଲିସ ଜଗତସିଂହପୁର ଜିଲ୍ଲାର ଦମ୍ପତ୍ତିଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ଫେରାର ୪ଜଣଙ୍କୁ ପୋଲିସ ଖୋଜୁଛି।
ଗତ ୨୦ତାରିଖ ଦିନ ଭୋର ସମୟରେ ଗୁଡସେଡ ରୋଡ଼ ଓଭର ବ୍ରିଜ ତଳେ ଶୋଇଥିବା ଅବସ୍ଥାରେ ମା କୋଲରୁ ଦୁଇ ବର୍ଷର ଶିଶୁପୁତ୍ରକୁ ଉଠାଇ ନେଇଥିଲେ ୪ଜଣ ଯୁବକ। ପିଲାକୁ ଉଠାଇ ଆଣି ବବୁଲୁ ରଣା ନାମକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ତାଙ୍କ ଠାରୁ ୩୦ହଜାର ଟଙ୍କା ନେଇଥିଲେ। ବବୁଲୁଙ୍କ ଭଉଣୀ ଓ ଭିଣୋଇ ବୃନ୍ଦାବନ ଓ ବୈଜୟନ୍ତୀ ରଣା ଙ୍କର ବିବାହର ଦୀର୍ଘ ୧୫ବର୍ଷ ପରେ ମଧ୍ୟ କୌଣସି ପିଲା ନଥିବା କାରଣରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନେଇ ନିଜ ଶଳା ବବୁଲୁକୁ କହିଥିଲେ। ତେବେ ଭଉଣୀର ଦୁଃଖ ଦୂର କରିବା ଆଶାରେ ବବୁଲୁ ଜଣେ ମଧ୍ୟସ୍ତିକୁ ଏସମ୍ପର୍କରେ କହିବା ପରେ ସେ ଅନ୍ୟ ସହଯୋଗୀଙ୍କ ସହାୟତାରେ ରାସ୍ତାକଡରୁ ମା କୋଳରେ ଶୋଇଥିବା ପିଲାଟିକୁ ଉଠାଇନେଇ ବିକ୍ରି କରିଥିଲେ। ଘଟଣା ସମ୍ପର୍କରେ ବଂଜରା ପରିବାର ପକ୍ଷରୁ ଥାନାରେ ଏତଲା ଦେବା ସହ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଖୋଜ ପିଲା ପାଇଁ ୧୦ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ପରେ ପୋଲିସ ଏହାକୁ ଗୁରୁତ୍ବର ସହିତ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା। ଏବଂ ଘଟଣାରେ ସଂପୃକ୍ତ ମୁଖ୍ୟ ପିଲା ଚୋର ତଥା ବ୍ରହ୍ମପୁର ବଡ଼ ମେଡିକାଲରେ ଝାଡୁଦାର ଭାବେ କାର୍ଯ୍ୟରତ ପ୍ରଫୁଲ୍ଲ ନାୟକ ଓ ତାଙ୍କ ପତ୍ନୀ ମମତା ନାୟକଙ୍କ ସମେତ ଶିବ ନାୟକକୁ ଗିରଫ କରିଥିଲା। ପରେ ସେମାନଙ୍କୁ ଜେରା କରିବା ପରେ ବବୁଲୁ ରଣା ଓ ଜଗତସିଂହପୁରରେ ଆନ୍ଧ୍ର ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ଭିଣୋଇ ବୃନ୍ଦାବନ ରଣା ଓ ବୈଜୟନ୍ତୀ ରଣାଙ୍କୁ ଗିରଫ କରିବା ସହ ବବୁଲୁ ରହୁଥିବା ଗଜପତିନଗର ସ୍ଥିତ ଭଡା ଘରୁ ଚୋରୀ ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗିରଫ ଦୁଇ ଦମ୍ପତ୍ତିଙ୍କ ସମେତ ସମସ୍ତ ୬ଜଣଙ୍କ ଜାମିନ ଆବେଦନ ଖାରଜ ପରେ ସେମାନଙ୍କୁ ବ୍ରହ୍ମପୁର ମଣ୍ଡଳ କରାଗାରକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ତଥା ଫେରାର ଅନ୍ୟ୪ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।

LEAVE A REPLY

Please enter your comment!
Please enter your name here