ସୁବାଷ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ

0
804

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘ ଦିନ ଧରି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିଗରୁ ବିଚାର କରି ସୁବାଷ ଚୌହାନଙ୍କୁ ବିକାଶ ପରିଷଦର ଅଧ୍ୟକ୍ଷ କରିଛନ୍ତି ।ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ କିଶୋର ମହାନ୍ତି। ସେ ବ୍ରଜରାଜନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।ସୁବାସ ଚୌହାନ ହେଉଛନ୍ତି ଜଣେ ବରିଷ୍ଠ ନେତା। ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ଏଥର ବି ସେ ବିଜେପି ଟିକେଟ ନେବାକୁ ଆଶାୟୀ ଥିଲେ।ହେଲେ ଦଳ ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ପ୍ରାର୍ଥୀ କରିଥିଲା। ଫଳରେ ସୁବାସ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ସେ ସାଧାରଣ ସମ୍ପାଦକ ରହିଥିଲେ।

LEAVE A REPLY

Please enter your comment!
Please enter your name here