ବଦଳିଯିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ, ନିର୍ମାଣ ହେବ ମଲଟି-ମୋଡାଲ ହବ୍

0
822

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଛି। ଭୁବନେଶ୍ୱର ରେଳ ଷ୍ଟେସନର ରୁପାନ୍ତରଣ କରାଯାଇ ଏହାକୁ ଏକ ମଲ୍ଟିମୋଡାଲ ହବ୍ ଭାବେ ପରିଣତ କରାଯିବ। ଏଥିପାଇଁ ଆଜି ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ । ସେହିପରି ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ଏହି ବୁଝାମଣାପତ୍ର ଅନୁସାରେ ସ୍ମାର୍ଟ ସିଟି ପ୍ରକଳ୍ପର ଏକ ଅଂଶ ବିଶେଷ ସ୍ୱରୂପ ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ରେଳ ଷ୍ଟେସନ ମଲଟିମୋଡାଲ ହବ ( ଆରଏସଏମଏଚ) କରାଯିବ । ଏହି ଅନୁଯାୟୀ ରେଳ ଷ୍ଟେସନର ନୂଆ ଟର୍ମିନାଲ ବିଲଡିଂ, ସିଟି ବସ୍ ଟର୍ମିନାଲ, ପବ୍ଲିକ କାର ପାର୍କ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯିବ।
ସେହିପରି ନୂଆ ଷ୍ଟେସନ ବିଲ୍‌ଡିଂ, ଦୁଇଟି ନୂଆ ରେଲୱେ ଲାଇନ୍ ଏବଂ ପ୍ଲାଟଫର୍ମ ନିର୍ମାଣ କରାଯାଇ ରେଳ ଷ୍ଟେସନକୁ ବର୍ଦ୍ଧିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଛଡ଼ା ହେବା ପରେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯେଉଁଥିରେ ଭାରତୀୟ ରେଳବାଇ ବିଭାଗ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ଓଡ଼ିଶା ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବାର ବ୍ୟୟବରାଦ ହୋଇଛି।

LEAVE A REPLY

Please enter your comment!
Please enter your name here