ସୁପର୍ ସ୍ପେସାଲିଟି କୋଠାରୁ ସିଲିଂ ଖସିବା ଘଟଣାକୁ ନେଇ ଜରୁରୀ କାଳୀନ ବୈଠକ ଡାକିଲେ ଆରଡିସି ; ବର୍ତ୍ତମାନ ରୋଗୀସେବା ଯେମିତି ବ୍ଯାହାତ ନହେବ ସେଥିପ୍ରତି ଦୃଷ୍ଟି ଦେବା:ବ୍ରହ୍ମପୁର ବିଧାୟକ

0
254

ବ୍ରହ୍ମପୁର:ଏମ୍.କେ.ସି.ଜି ମେଡିକାଲ ସୁପର୍ ସ୍ପେସାଲିଟି କୋଠାରୁ ସିଲିଂ ଖସିବା ଘଟଣାରେ ଜିଲ୍ଲା ପ୍ରଶାସନ ସମେତ ପୂର୍ତ୍ତ ବିଭାଗର ଅଧିକାରୀ ଓ ଅନ୍ଯ ବିଭାଗର ଅଧିକାରୀମାନେ ମେଡିକାଲ ଗସ୍ଥକରି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।ଘଟଣାର ତଦାରଖ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ।ଏହାସହ ଏହି ଘଟଣାର ବୈଷୟିକ କମିଟିର ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।ତେବେ ଏହି ରିପୋର୍ଟ ସୋମବାର ଦିନ ମିଳିବ କୁହାଯାଇଛି ।ରିପୋର୍ଟ ଆସିବା ପରେ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।ଅନ୍ୟପଟେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହେବା ସହ ଉକ୍ତ ଘଟଣାର ଆଲୋଚନା କରାଯାଇଛି ।ଏହି ବୈଠକରେ ମେଡିକାଲ କତୃପକ୍ଷ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ମହାନଗର କମିଶନର ଜେ ସୋନାଲଙ୍କ ସହ ବହୁ ଅଧିକାରୀ ସାମିଲଥିଲେ ।ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ।ରୋଗୀସେବା ଯେମିତି ବ୍ଯାହାତ ନହେବ ସେଥିପ୍ରତି ଦୃଷ୍ଟି ଦେବା ସହ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବା ପାଇଁ ଗୁରୁତ୍ବ ଦିଆଯାଇଥିବା ଘଟଣା ଘଟିଥିବା ୱାର୍ଡକୁ ଛାଡିଦେଲେ ଆଉ ଅନ୍ୟ ବିଭାଗରେ ରୋଗୀ ସେବା ଜାରି ରହିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here