୧୯୯୮ ମସିହା ମ୍ୟାଟ୍ରିକ ବ୍ୟାଚ ର ବଂଧୁମିଳନ ପାଇଁ ପ୍ରାରମ୍ଭିକ ବୈଠକ

0
739

ବରୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବରୀ ବ୍ଲକ କିମ୍ୱିରିଆପାଳ ପଂଚାୟତ ଅନ୍ତର୍ଗତ ଭଳିନୁଆଗାଁ ନବଭାରତୀ ବିଦ୍ୟାଭବନରୁ ୧୯୯୮ ମସିହା ମ୍ୟାଟ୍ରିକ ବ୍ୟାଚ ର ବଂଧୁମିଳନ କାର୍ଯକ୍ରମ ପାଇଁ ଆଜି ଉଦୟପୁର ପ୍ରାଥମିକ ବିଦ୍ୟାଳୟ ପଡିଆ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବିଦ୍ୟାଳୟ ରେ ପଠନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଆମ ଦେଶ ଓ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଉକ୍ତ ବଂଧୁମିଳନ ଉସ୍ବବ ରେ ଯୋଗଦାନ ଦେବା ପୂର୍ବକ ନିଜ ପିଲା ଦିନକୁ ମନେ ପକାଇବା ଉଦ୍ଦେଶ୍ୟରେ ଆସନ୍ତା 9ତାରିଖ ଅକ୍ଟୋବର ମାସ ବୁଧବାର ସମସ୍ତେ ଉପସ୍ଥିତ ହେବା ସହ ସହଯୋଗ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।ସୁଚନା ମୁତାବକ ବଂଧୁମିଳନ, ଭୋଜି ସହ ବ୍ରୁକ୍ଷ ରୋପଣ , ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା କରିବା ନେଇ କିଛି ବଂଧୁ ମତ ଦେଇଛନ୍ତି ।ଉକ୍ତ ବୈଠକରେ ଏହି ବ୍ୟାଚ ର ମେଘନା ଜେନା , ସରୋଜ କୁମାର ସାହୁ , ଦୁଃଖିଶ୍ୟାମ ପ୍ରଧାନ, ସତ୍ୟରଂଜନ ପ୍ରଧାନ, ରାଜକିଶୋର ସାହୁ, ବିଷ୍ଣୁ ଚରଣ ସାହୁ, ନରେନ୍ଦ୍ର ସାହୁ , ସୁରେଶ କର, ସୁରେଶ ରଣା ପ୍ରମୁଖ ଉପସ୍ଥିତ ଥିବା ସହ ଆସନ୍ତା ୯ତାରିଖ ରେ ଏହି ବଂଧୁମିଳନ ଉସ୍ବବ କିପରି ସୁଚାରୁରୂପେ ଓ ଶାନ୍ତିପୂର୍ଣ୍ଣ ଭାବେ ସଂପାଦନ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here