କୁକୁଡ଼ାଖଣ୍ଡି ବ୍ଲକ୍ ସମିତି ସଭ୍ୟ ସଭ୍ୟା ସଂଘ ଗଠିତ

0
126

ଗଞ୍ଜାମ:ଆଜି କୁକୁଡ଼ାଖଣ୍ଡି ବ୍ଳକ ସମିତି ସଭ୍ୟ ସଂଘର ନୂତନ ରୂପାନ୍ତରିକରଣ କରାଯାଇଥିଲା ଏଥିରେ ସଭାପତି ରୂପେ କାହ୍ନୁ ଚରଣ ପାତ୍ର, ଉପସଭାପତି ବିଷ୍ଣୁପ୍ରିୟା ପାତ୍ର ଓ ଲକ୍ଷ୍ମୀ ସ୍ବାଇଁ, ସାଧାରଣ ସମ୍ପାଦକ ଚଣ୍ଡୀ ଚରଣ ସାହୁ, ସମ୍ପାଦିକା-ସୁନିତା ସେଠୀ, ଯୁଗ୍ମ ସମ୍ପାଦକ ଅଶୋକ ଦାଶ ଓ ପ୍ରତିମା ମଲ୍ଲିକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଏବଂ ରାଜଲକ୍ଷ୍ମୀ ଦାସଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଏକମନ ହୋଇ କାମ କରିବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ ସମିତି ମେମ୍ବର ମାନଙ୍କ ହକ୍ ପାଇଁ ଲଢେଇ ଜାରି ରହିବ । ରାଜ୍ୟ ସ୍ତରୀୟ ସମିତି ସଭ୍ୟ/ସଭ୍ୟା ସଂଗଠନ ଯେଉଁ ଆନ୍ଦୋଳନ ଜାରି ରଖିଛି ତାକୁ ସମସ୍ତେ ପୂର୍ଣ୍ଣ ସହମତରେ ସହଯୋଗ କରିବା ପାଇଁ ମତ ପ୍ରକାଶ କଲେ । ଅନ୍ୟ ସମିତି ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ କେ ସୁଜାତା , ମଦନ ନାୟକ , ରେବତୀ ବେହେରା , ଜଗନ୍ନାଥ ଭୂୟାଁ , ବିଷ୍ଣୁ ବେହେରା ଓ ସୁନୀତା ଦାସ ସଂଗଠନକୁ ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here