ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଅପରାଧ ସମୀକ୍ଷା ବୈଠକ

0
209

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆଗାମୀ ପୂଜା ସିଜନରେ ଅପରାଧ ନିୟନ୍ତ୍ରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସହରରେ ପାଟ୍ରୋଲିଂ ବୃଦ୍ଧି କରିବା ସହ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ଏସପି ନିର୍ଦେଶ ଦେଇଥିବା ବେଳେ ସ୍ଥଗିତ ରହିଥିବା ପୁରୁଣା ମାମଲାଗୁଡ଼ିକ ଶୀଘ୍ର ସାରିବା ପାଇଁ ଉପସ୍ଥିତ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଅପରାଧ ସମୀକ୍ଷା ପରେ ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରିବାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଭିଏଲ୍ ଆକ୍ସେସ୍ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ରହି ପୁଲିସ ଅଧିକାରୀମାନେ କିଭଳି ସିସିଟିଭିର ବହୁଳ ବ୍ୟବହାର କରିବେ ଓ ଅପରାଧୀଙ୍କ ସହଜରେ ଚିହ୍ନଟ କରିପାରିବେ ସେ ପ୍ରଶିକ୍ଷଣ ଦେଇଥିଲେ ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସପି,ଏସଡିପିଓ,ହେଡକ୍ୱାଟର ଡିଏସ୍ସି ଓ ସମସ୍ତ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧୀକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here