ଚୋରୀ ଟ୍ରଲର୍ ଉଦ୍ଧାର,ଜଣେ ଗିରଫ,୫ ଫେରାର

0
259

ବ୍ରହ୍ମପୁର:ବଡ଼ ବଜାର ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳର ଏକ ୧୪ ଚକିଆ ଟ୍ରଲର୍ ଗତ ଅଗଷ୍ଟ ମାସ ୧୯ ତାରିଖରେ ଚୋରି ହୋଇଥିବା ନେଇ ଲକ୍ଷ୍ମୀନୃସିଂହ ସାହିର ଦାଶରଥୀ ପଣ୍ଡା ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ ।ଶ୍ରୀ ପଣ୍ଡାଙ୍କ ଅଭିଯୋଗ ପ୍ରକାରେ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା ।ତଦନ୍ତ ସମୟରେ ଛତ୍ରପୁର ଅଞ୍ଚଳରୁ ଉକ୍ତ ଟ୍ରଲର୍ ଟି ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ତେବେ ଗିରଫ ଅଭିଯୁକ୍ତ ଜଣକ ଗାନ୍ଧୀନଗର ଅଞ୍ଚଳର ବିବେକ ପାଣିଗ୍ରାହୀ ବୋଲି ଜାଣିବାକୁ ମିଳିଛି ।ଏହି ମାମଲାରେ ଆହୁରି ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି ।ଉକ୍ତ ୫ଜଣ ଅଭିଯୁକ୍ତକୁ ଖୁବଶୀଘ୍ର ଖୋଜି ବାହାର କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ବୋଲି ବଡ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here