ମିଳିତ ଅବକାରୀ ଧରପଗଡ଼ ; ୨ ଗିରଫ

0
295

ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଶୁକ୍ରବାର ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଏଥିରେ ୫୦୦ ଲିଟର ରୁ ଉର୍ଦ୍ଧ୍ବ ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଥିବା ବେଳେ ୮୫ ଲିଟର ଦେଶୀ ହାତ ରନ୍ଧା ମଦ ଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏହି ବେଆଇନ କାରବାରରେ ସମ୍ପୁର୍କ୍ତ ଅଭିଯୋଗରେ ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ରମ୍ଭା ବାଗ ସୂଚନା ଦେଇଛନ୍ତି।
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here