ଦିଗପହଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

0
686

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ସହରରେ କିଛି ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଦିଗପହଣ୍ଡି ପୂର୍ତ୍ତ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବାବୁଲି ଚାନ୍ଦ ଗୌଡ଼ଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ପାହାନ,ଶ୍ରୀ ମନୋଜ କୁମାର ସେଠୀ ପ୍ରମୁଖଙ୍କ ସମେତ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଅଧିନସ୍ଥ ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଆମେମାନେ ଯେଉଁ ବର୍ଜ୍ୟବସ୍ତୁ ଗୁଡିକୁ ଏଣେ ତେଣେ ରାସ୍ତାଘାଟରେ ଫୋପାଡ଼ି ଦେଉଛନ୍ତି,ତାହାକୁ ରାସ୍ତାଘାଟରେ ନ ଫୋପାଡ଼ି ଡଷ୍ଟବିନରେ ପକାଇବା | ସେହି ବର୍ଜ୍ୟବସ୍ତୁ ଗୁଡିକୁ ଯଦି କୌଣସି ଏକ ଜାଗାରେ ସାଇତା ରଖାଯାଏ ତେବେ ତାହାକୁ ରାସ୍ତାଘାଟ ତିଆରିରେ ବ୍ୟବହାର ହେଉଥିବା ଆଲକାତାରା ବା ପିଚୁ ତିଆରି ପାଇଁ ପଠାଇପାରିବା | ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ସହିତ ଆମର ହେଉଥିବା ପ୍ରମୁଖ ସମସ୍ୟା ଗୁଡିକୁ ସହଜରେ ସମାଧାନ କରିପାରିବା ଏବଂ ଦେଶର ବିକାଶରେ ଆମ ସ୍ୱଚ୍ଛତା ପାଇଁ ସହାୟକ ହେବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା |

LEAVE A REPLY

Please enter your comment!
Please enter your name here