ଦିଗପହଣ୍ଡି ପୋଲିସ ଦ୍ୱାରା ଦୁଇ ମଦୁଆ ଗାଡି ଚାଳକ ଗିରଫ

0
793

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଦ ପିଇ ଗାଡି ଚଲାଉଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ, ପୋଲିସ୍ ମହାନିର୍ଦ୍ଦେଶକ ବି.କେ ଶର୍ମା ସମସ୍ତ ଏସ ପି ଓ ଥାନା ଅଧୀକାରୀଙ୍କୁ ଏହି କାର୍ଯ୍ୟ ଠିକ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ଆଇନକୁ ଅମାନ୍ୟ କରି ଯେଉଁମାନେ ମଦ ପିଇ ଗାଡି ଚଲାଉଥିବା ଜଣାପଡିବ ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିବେ।
ଏହି ପରିପ୍ରେକ୍ଷୀରେ ଗତକାଲି ଦିଗପହଣ୍ଡି ପୋଲିସ ଦୁଇଜଣ ଗାଡି ଚାଳକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଡ଼େଙ୍ଗାଓସ୍ତା ମେନ ରୋଡର ଜଗନ୍ନାଥ ପୃଷ୍ଟି(୨୫) ବାପା ନଟବର ପୃଷ୍ଟି ଓ ଗାଡି ନମ୍ବର OD୦୭-K-୪୮୪୬ ଗ୍ଲେମର ,ସିଦ୍ଧେଶ୍ୱର ଚୁଳିଆ ସାହିର ବୁଲୁ ସାହୁ (୩୨) ବାପା ସ୍ୱର୍ଗତ ପୀତବାସ ସାହୁ ଓ ଗାଡି ନମ୍ବର OD-୦୭S-୭୯୨୯ ଏକ୍ସଲ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here