ଅବକାରୀ ଚଢ଼ାଉ ୨ଜଣ ଗିରଫ

0
323

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବ୍ରହ୍ମପୁର ଅବକାରୀ ଉପଆୟୁକ୍ତ ଶାନ୍ତନୁ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ସ୍ୱତନ୍ତ୍ର ଟିମି ଆଇଆଇସି ମିହିର କୁମାର ସେଠୀ ତାଙ୍କ କର୍ମଚାରୀ ଓ ଆର ଉଦୟଗିରି ଅବକାରୀ ମିଳିତରେ ମୋହନା ବ୍ଲକର ବିଭିନ ସ୍ଥାନରେ ଚଡ଼ାଉ କରାଯାଇଛି। ଚୋରା ମଦ ରାନ୍ଦୁଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବହୁ ପ୍ରୟାସ ଜାରି ରହିଛି ।ଏହି ଚଡ଼ାଉ ବେଳେ ୨୨୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି ଏହା ସହ ୧୯୦ ଲିଟର ରନ୍ଧା ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି।ଏହି ଚଡ଼ାଉ ଆଗକୁ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣା ପଡ଼ିଛି। ପ୍ରକାଶ ଥାଉକି ଗଞ୍ଜାମ ଅବକାରୀ ବିଭାଗ ଗତ କିଛି ଦିନ ହେବ ବିଭିନ ଜାଗାରେ ଚଡ଼ାଉ କରି ବହୁ ସଂଖ୍ୟାରେ ପୋଚ ନଷ୍ଟ କରିବା ସହ ମଦ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହଇଥିବା ବେଳେ ଆର ଉଦୟଗିରି ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି। ମାସକୁ ଥରେ ଆସି କିଛି ପୋଚ ନଷ୍ଟ କରି ଚାଲି ଯାନ୍ତି ଜା ଫଳ ରେ ଚୋରା କାରବାର ମଦ ବେପାରୀଙ୍କ ବହୁ ଭଲ କାରବାର ଚାଲିଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here