ପାରଳାଖେମୁଣ୍ଡି ରେ ଚୈତ୍ର ମାସ ଶେଷ ମଙ୍ଗଳ ବାରରେ ପାରମ୍ପରିକ ପର୍ବ “ଗଜାମୁହା” ପାଳିତ

0
310

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଚୈତ୍ର ମାସ ଶେଷ ମଙ୍ଗଳ ବାର ଦିନ ରେ ପାରଳା ସହରରେ ପ୍ରାୟ ସମସ୍ତ ସାହିରେ ପାରମ୍ପରିକ ପୂଜା ଗଜାମୁହା ପର୍ବ କରିବା ଦେଖିବାକୁ ମିଳିଛି ଯାହା କି ଗ୍ରାମଦେବତୀ ମାଁ ଙ୍କୁ ଗ୍ରାମ କିମ୍ବା ସାହିମାନଙ୍କର ଶିତଳ ନିମନ୍ତେ ସମସ୍ତ ସାହିରେ ଯୁବସମାଜ ଆଗ୍ରହ ର ସହିତ ଏହି ଗ୍ରାମଦେବତୀ ଙ୍କୁ ଶିତଳ କରିବା ନିମନ୍ତେ ପୂଜା ଅର୍ଚ୍ଚନା ସହିତ ଗଜାମୁହା ପର୍ବ ମଧ୍ୟ ଆୟୋଜନ କରାଯାଇଥାଏ। ଏହି ଅବସରରେ ପାରଳାଖେମୁଣ୍ଡି ସହରରେ ଆଜି ଚୈତ୍ର ମାସର ଶେଷ ମଙ୍ଗଳ ବାର ଦିନ ରେ ଆୟୋଜିତ ହୋଇଥିବାବେଳେ , ଏହି ପର୍ବ ସର୍ବ ପ୍ରଥମେ କବିଚନ୍ଦ୍ର ସାହି ରେ ହିଁ ସୃଷ୍ଟି ହୋଇଥିବା ଗଜାମୁହା ପର୍ବ କୁ ଏହି ସାହିର ସମସ୍ତ ଲୋକେ ଦୂର ଦୂରଦୂରାନ୍ତରୁ ଆସିଥିବା ଦେଖିବାକୁ ମିଳିଛି । ଏହା ଅତି ପୂରାତନ କାଳରୁ ଏହି ପର୍ବ ପାଳନ ହେଉଥିବାର ଦେଖିବାକୁ ମିଳିଛି। ଏହି ଗ୍ରାମ ଦେବତୀ ଙ୍କ ଗଜାମୁହା ପର୍ବ ପୂର୍ବରେ ଗ୍ରାମ ରେ ହଇଜା ମହାମାରୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହି ଅଞ୍ଚଳ ବାସିନ୍ଦା ଗ୍ରାମ ଦେବତୀ ଙ୍କୁ ଶିତଳ କରିବା ପାଇଁ ମଣ୍ଡାପିଠା, କାକରା ପିଠା,ଖିରି,ଗୁଡ଼,ଲିଆରେ ନିର୍ମିତ ଗଜାମୁହା ବନେଇ ଗ୍ରାମଦେବତୀ ଙ୍କୁ ପୂଜା ଅର୍ଚ୍ଚନା କରିଥିବା ବେଳେ ମହାମାରୀ ସଙ୍କଟରୁ ଦୂର ହେବା ମୁତିବାକୁ ମିଳିଛି। ଏହି ପର୍ବକୁ ଚୈତ୍ର ମାସ ଶେଷ ମଙ୍ଗଳ ବାର ଦିନ ସାରା ରାତ୍ରରେ ଗଜାମୁହା ତିଆରି କରି ସାହି ମାନଙ୍କରେ ଯୁବ ସମାଜ ତରଫରୁ ବାଦ୍ୟ ବାଦନ ବଜାର ମଙ୍ଗଳ ବାର ରାତି ସାରା ନାଚିଥାନ୍ତି ଏହାକୁ ପର୍ବ ଆକାରରେ ସମ୍ପାଦନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ନିମନ୍ତେ ଏହି ଅଞ୍ଚଳରେ ଲୋକ ଙ୍କ ମାନେ ମାନସିକ ରଖିଥାନ୍ତି ସେମାନଙ୍କ ମାନସିକ ପୂରଣ ହେଲେ ଏହି ପରି ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ବିଗତ ଦୁଇ ବର୍ଷ ହେଲା ସଂପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିଲା କାରଣ କୋରଣା ମହାମାରୀ ଯୋଗୁଁ ପ୍ରଶାସନର ନିୟମ ଅନୁସାରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ମିଳିନଥିବାରୁ ବନ୍ଦ କରାଯାଇଥିଲା। ସେହିପରି ଆଜି କୋରଣା କଟକଣାକୁ ପ୍ରଶାସନିକ ପକ୍ଷରୁ କହୋଳ ହୋଇ ଥିବା ବେଳେ ପାରଳାଖେମୁଣ୍ଡି ସହରରେ କବିଚନ୍ଦ୍ର ସାହି, ଶ୍ରୀ କରଣ ସାହି,କଟିକା ଗୈଡ ସାହି, ନଡ଼ିଆ ତୋଟା ସାହି, ଓଡ଼ିଆ ପାରଳା ସାହି,ସାନ ବ୍ରାହ୍ମଣ ସାହି, ଏମିତି ବହୁତ ସାହି ମାନଙ୍କରେ ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରାଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here