ବାଂଲାଦେଶ ରେ ହିନ୍ଦୁ ଅସୁରକ୍ଷିତ।,ଉଦ୍ବେଗ ପ୍ରକାଶ କଲା ଭବାନୀ ବାହିନୀ

0
406

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ବାଂଲାଦେଶ ରେ ଗତ କିଛି ଦିନ ହେବ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ରେ ବୃଦ୍ଧି ଘୋଟିଛି । ଦୂର୍ଗା ପେଣ୍ଡାଲ ଉପରେ ଆକ୍ରମଣ ହୋଇଛି, ମନ୍ଦିର ଉପରେ ଆକ୍ରମଣ ହେଉଛି ଏବଂ ଜେହାଜ୍ ନାମରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି । ଏହାର ପ୍ରତିବାଦରେ ହିନ୍ଦୁ ମହାସଂଘ ର ଛାମୁଆଁ ସଂଗଠନ ଭବାନୀ ବାହିନୀ ତରଫରୁ ଡାବୁଗାଁ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ ଓ ଯୁବ ହିନ୍ଦୁ ମହାସଂଘ ଦକ୍ଷିଣ ଓଡ଼ିଶା ବିଭାଗ ପ୍ରମୁଖ ସ୍ବାଗତୀକା ସାମନ୍ତରାୟ ବାଂଲାଦେଶ ସରକାର ଙ୍କ ହିନ୍ଦୁ ମାନଙ୍କ ପ୍ରତି କରାଯାଇଥିବା ଅବହେଳା କୁ ଦୃଢ ବିରୋଧ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦାନ କରି ହିନ୍ଦୁ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଦୃଢ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ମହାସଂଘର ମୁଖପାତ୍ର ଶ୍ୟାମସୁନ୍ଦର କବିରାଜ, କୃଷକ ମହାସଂଘ ଜିଲ୍ଲା ସାଧାରଣ ସଂପାଦକ ମହେଶ ରାୟ ପାତ୍ର, ଯୁବ ହିନ୍ଦୁ ମହାସଂଘ ଜିଲ୍ଲା ଉପ ସଭାପତି ଆଶୁତସ ମିସ୍ତ୍ରୀ ଡାବୁଗାଁ ଭବାନୀ ବାହିନୀ ର ଲକ୍ଷ୍ମୀ ଜାନୀ, ଜାଜ୍ଞସେନୀ ସୁନା, ଆକାଂକ୍ଷା ପରିଛା ,ଯୁମନଦେଈ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଯଦି ବାଂଲାଦେଶ ରେ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ଭାରତର ହିନ୍ଦୁ ଚୁପ୍ ରହିବେ ନାହିଁ ବୋଲି ଭବାନୀ ବାହିନୀ ତରଫରୁ ଚେତାବନୀ ଦିଆ ଯାଇଛି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here