ଦୁଇବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା, ୨ମୃତ, ୨ ଗୁରୁତର

0
279

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ବାଇକର ପଛରେ ବସିଥିବା ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଗାରବନ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା  ପରେ  ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ମୁତ ଦୁଇ ଯୁବକଙ୍କ ହେଲେ ଟି. ହିରିସ୍ (40) ମୁଳୁପୁଡି ଗ୍ରାମର ଓ ତୁଳସୀ ଦାସ (36) ଚିନ୍ତାପାଲି ଗ୍ରାମର ଉଭୟେ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ବି.ଲୋକେଶୁ (20) ଗୋକନପୁରମ୍ ଗ୍ରାମ, ପି.ତୁଲୁସୀ ରାଓ (36) ସୁଣ୍ଡିପୁଡି ଗ୍ରାମ ହୋଇଥିବା ବେଳେ ସମସ୍ତ ମୃତ୍ୟୁ ଓ ଆହାତ ପଡୋଶୀ ଆନ୍ଧ୍ରପ୍ରଦେଶର ବୋଲି ଜଣା ପଡିଛି । ଗଜପତି ଜିଲ୍ଲା ଦେଇ ଆନ୍ଧ୍ର ଯାଉଥିବା ଏକ ବାଇକ ଓ ଆନ୍ଧ୍ରରୁ ଗାରବନ୍ଧ ପଟେ ଆସୁଥିବା ଅନ୍ୟ ଏକ ବାଇକ କୌଣସି କାରଣ ବସତଃ ଉଭୟ ବାଇକ ମଧ୍ୟରେ ରାଉତପୁର ଠାରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ଜୀବନ ହରାଇଥିବା ବେଳେ ଆଉ ଦୁଇ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏନେଇ ଗାରବନ୍ଧ ଥାନାରେ ୨୮/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ସର୍ବେଶ୍ବର ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here