ବିଦେଶରୁ ମୃତ ଶରୀର ଫେରାଇ ଆଣି ପୁଣି ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର

0
330

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜପଲ୍ଲୀ ଗ୍ରାମର ବଳରାମ ପ୍ରଧାନ ନିଜ ପରିବାରର ଭରଣ ପୋଷଣ ପାଇଁ ଦୀର୍ଘ ଦେଢ଼ ବର୍ଷ ହବ ଦୁବାଇ ଯାଇଥିଲେ କିନ୍ତୁ ଗତ ୩୦ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ବଳରାମଙ୍କ ମୃତ୍ୟୁ ଖବର ଶୁଣି ସତେ ଯେମିତି ପରିବାର ଲୋକଙ୍କ ପାଦତଳୁ ମାଟିଖସି ଯାଇଥିଲା । ବଳରାମଙ୍କ ମୃତ ମର ଶରୀର କିପରି ଯଥା ଶୀଘ୍ର ନିଜ ଜନ୍ମ ମାଟିକୁ ଆଣିବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଥିଲେ ପରିବାର ଲୋକେ କିନ୍ତୁ ଏଇ କରୋନା ଭଳି ମହାମାରୀ ପରିସ୍ଥିତିରେ କିଭଳି ମୃତ ଶରୀର ନିଜ ଜନ୍ମ ମାଟିକୁ ଫେରି ଆସିବ ଏନେଇ ଚିନ୍ତାରେ ପଡ଼ି ଯାଇଥିଲେ ପରିବାର ଲୋକେ । କିଛି ଗଣ ମାଧ୍ୟମରୁ ଖବର ପାଇ ସାହାଯ୍ୟର ହାତ ବଢ଼ାଇ ଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ସେ କିପରି ଭାବେ ମୃତ ଶରୀର କୁ ଦୁବଇ ରୁ ନିଜ ଘରକୁ ଫେରାଇ ଆଣିବେ ଏ ନେଇ ପରିବାର ଲୋକଙ୍କ ସହ ଭିଡ଼ିଓ କଲ ଯୋଗେ କଥା ହୋଇଥିଲେ ଏବଂ ମୃତ ଶରୀର ନିଜ ଗ୍ରାମକୁ ଫେରାଇ ଆଣିବା ସହ ତାଙ୍କ ଦୁଇ ପୁଅଙ୍କ ପାଠ ପଢିବା ଖର୍ଚ୍ଚ ବହନ କରିବେ ବୋଲି ପ୍ରତ୍ରିଶୃତି ଦେଇଥିଲେ । ଗତକାଲି ବିଦେଶରୁ ବଳରାମଙ୍କ ମୃତ ମରଶରୀର କୁ ଫେରାଇ ଆଣିବା ସହ ସବ୍ୟସାଚୀ ନିଜେ ଏୟାରପୋର୍ଟ କୁ ଆସି ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ବଳରାମଙ୍କ ଜନ୍ମ ମାଟି ଖୋଜାପଲ୍ଲୀ ଗ୍ରାମକୁ ପଠାଇଥିଲେ । କରୋନା ମହାମାରୀ ସଙ୍କଟ କାଳରେ ସବ୍ୟସାଚୀଙ୍କ ଏପରି ମହାନ କାର୍ଯ୍ୟ କୁ ଦେଖି ଆଖ ପାଖ ଅଞ୍ଚଳର ଜନସାଧାରଣ ସବ୍ୟସାଚୀ ଙ୍କୁ ଧନ୍ୟବାଦ ଦେବା ସହ ସବ୍ୟସାଚୀ ହେଉଛନ୍ତି ପ୍ରକୃତ ସୁଖ ଦୁଃଖର ସାଥି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି । ଏହି କୋରାନା ମହାମାରୀ ସମୟରେ ଏହି ଭଳି ବହୁ ଗରିବ ଖଟିଖିଆ ଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରି ଅଭିନେତା ସବ୍ୟସାଚୀ ଅଭିନେତା ପରିଚୟ କୁ ପଛରେ ପକାଇ ଓଡ଼ିଶାର କୋଣ ଅନୁକୋଣରେ ଅସହାୟ ଙ୍କ ଦେବଦୂତ ସାଜି ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here