ବେଗୁନିଆପଡା ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ

0
251

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମାଳବେଲପଡା, ଷଣ୍ଢମୂଳ, ତାଳସର ଆଦି ବିଭିନ୍ନ ସ୍ଥାନରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମେରୁପଡିଆ ରେ ଦଣ୍ଡୁଆ ମାନଙ୍କ ଦ୍ଵାରା ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଏବଂ ମା କାଳୀ ଙ୍କ ପୂଜାର୍ଚ୍ଚନା କରାଯାଇ ମାସନ୍ତ ମେରୁ ଯାତ୍ରା ସମାପନ ହୋଇଯାଇଛି । ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ଦଣ୍ଡୁଆ ମାନଙ୍କ ଦ୍ଵାରା ଦୀର୍ଘ ୧୩ ଦିନ ଧରି ଏହି ଯାତ୍ରା ଚାଲିଥିଲା ।ଆସନ୍ତା କାଲି ସଂକ୍ରାନ୍ତି ମେରୁ ଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here