ପୋଲସରା ବ୍ଲକ : ପ୍ରଥମ ଦିନରେ ଦୁଇ ସରପଞ୍ଚ , ଜଣେ ସମିତି ସଭ୍ୟ ଓ ତିନି ୱାର୍ଡ଼ ସଭ୍ୟ ଙ୍କ ପ୍ରାର୍ଥୀ ପତ୍ର ଦାଖଲ

0
250

ପୋଲସରା : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ର ପ୍ରଥମ ଦିନ ଜାନୁଆରୀ ୧୭ ତାରିଖରେ ପୋଲସରା ବ୍ଳକରେ ଦୁଇ ଜଣ ସରପଞ୍ଚ , ଜଣେ ସମିତି ସଭ୍ୟ ଓ ତିନି ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ପୋଲସରା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସୋଡକ ସରପଞ୍ଚ ପ୍ରାର୍ଥୀ ଭାବେ ଉତ୍କଳ ପ୍ରଧାନ ଓ ଭାବରଡା ସରପଞ୍ଚ ପ୍ରାର୍ଥୀ ଭାବେ ହରି ଜେନା ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଷ୍ଣୁ ପ୍ରିୟା ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ରୁମାଗଡ ଗ୍ରାମ ପଞ୍ଚାୟତ ରୁ ୱାର୍ଡ ସଭ୍ୟ ପ୍ରାର୍ଥୀ ଟୁଲୁ ପତ୍ର ଓ ଲତା ମହାପାତ୍ର ଏବଂ ଖଣ୍ଡୁରୁ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ଭାବରେ ତେଜସ୍ୱୀନୀ ହୋତା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here