ଭଦ୍ରକ ଜିଲ୍ଲାପାଳଙ୍କ ଗୋଲାପ ଚାଷ ପରିଦର୍ଶନ

0
632

ବ୍ରହ୍ମପୁର ୨୯/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲ୍ଲୀ ଗ୍ରାମର ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନଙ୍କ ପ୍ରଚେଷ୍ଟାରେ ହୋଇଥିବା ଗୋଲାପ ଚାଷ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ଞାନ ଦାଶ ପରିଦର୍ଶନ କରିଛନ୍ତି |
ଏହି ଗୋଲାପ ଚାଷ ଭିକାରୀପାଲ୍ଲୀ ଗ୍ରାମ ପଞ୍ଚାୟତର ନୂଆପଲ୍ଲୀଠାରେ ପ୍ରାୟ ୪୦୦ବର୍ଗ କିଲୋମିଟର ଆୟତାକାର କ୍ଷେତ୍ରରେ ବାଉଁଶ ଦ୍ୱାରା ଆଚ୍ଛାଦିତ ସବୁଜ ଘରେ କରାଯାଇଛି | ଏଠାରେ ପ୍ରାୟ ୩୨୦୦ ଡଚ ପ୍ରଜାତିର ଗୋଲାପ ଗଛ ରୋପଣ କରାଯାଇଛି | ଜାତୀୟ ଉଦ୍ୟାନ କୃଷିମିଶନର ଆର୍ଥିକ ସହାୟତା ଓ ଉଦ୍ୟାନ କୃଷି ବିଭାଗର ବୈଷୟିକ ସହାୟତାରେ ଏହା ସମ୍ଭବ ହୋଇପାରିଛି |ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ଭଦ୍ରକ ଜିଲ୍ଲାର ଓଡିଶା ଜୀବିକା ମିଶନର ଡିପିଏମ ଶ୍ରୀ ସଞ୍ଜୟ କୁମାର ବାରିକ,ଗଂଜାମ ଜିଲ୍ଲା ଓଡିଶା ଜୀବିକା ମିଶନର ଡିପିଏମ ଶ୍ରୀ ନବୀନ କୁମାର ସେନାପତି,ମା ଗ୍ରାମ୍ୟଦେବୀ ସ୍ୱୟଂସହାୟିକାଗୋଷ୍ଠୀ ଓ ଅନ୍ୟାନ୍ୟ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଜ୍ଞାନ ଦାଶ ସ୍ୱୟଂସହାୟକଗୋଷ୍ଠୀ ମହିଳାମାନଙ୍କୁ ବହୁ ପ୍ରଶଂସା କରିବା ସହ ଗଂଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଳାଙ୍ଗେ ଓ ଓଡିଶା ଜୀବିକା ମିଶନର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ |

LEAVE A REPLY

Please enter your comment!
Please enter your name here